ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନ, ୦୯/୦୩/୨୦୨୪ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ସୋଇଯାଇଛି । ଅଧ୍ୟାପିକା ଡଃ ମମତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ  ଡ଼ଃ ନମିତା ଦାସ,ଅଧ୍ୟାପିକା ପ୍ରମିଳା ଦାସ, ଅଧ୍ୟାପକ ଶୁଭମ୍ ବେହେରା ଯୋଗଦେଇ ନାରୀ ମାନେ ଅବଳା କି ଦୂର୍ବଳା ନୁହନ୍ତି ,ସମସ୍ତ ପ୍ରକାର କାର୍ଯ୍ୟ କରିବାକୁ ସେମାନେ ସକ୍ଷମ । ଇତିହାସ ରେ ବହୁ ନାରୀ ଙ୍କ ଦକ୍ଷତା ସମ୍ପର୍କରେ ବର୍ଣ୍ଣନା କରାଯାଇଥିବା ବେଳେ ଆଜିର ନାରୀ ଦେଶ ପ୍ରଗତିରେ ସାରଥୀ ହୋଇ ପାରିଛି । ଯେଉଁ ନାରୀ ଦୁର୍ଗା ହୋଇପାରେ ସେହି ନାରୀ କରୁଣାମୟୀ ଯଶୋଦା ବି ହୋଇପାରେ ବୋଲି  ମତବ୍ୟକ୍ତ କରିଥିଲେ । ନାରୀ ପ୍ରଗତିରେ ହିଁ ଦେଶର ପ୍ରଗତି ବୋଲି କହିଥିଲେ । ଯୁବ ରେଡ କ୍ରସ କାଉନସିଲର ଅଧ୍ୟାପିକା ଅନୁପମା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିବ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *