ସଡ଼କ ସୁରକ୍ଷା ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ

ନିମାପଡ଼ା, ୦୯/୦୩/୨୦୨୪ (ଓଡ଼ିଶା ସମାଚାର)- ନିମାପଡ଼ା ଡ୍ରାଇଭର ସଂଘ,ଓଡିଶା ପରିବହନ ବିଭାଗ ଓ ପୁରୀ ପୋଲିସର ମିଳିତ ସହଯୋଗରେ ସ୍ଥାନୀୟ ଶ୍ରୀରାମ କଲ୍ୟାଣ ମଣ୍ଡପ ପରିସରରେ ସଡ଼କ ସୁରକ୍ଷା ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୯ଘଟିକା ସମୟରେ ଏହି ଶିବିରକୁ ରାଜ୍ୟ ଅତିରିକ୍ତ ପରିବହନ କମିଶନର ଧନଞ୍ଜୟ କୁମାର ସେନାପତି ମୁଖ୍ୟଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିବହନ ବିଭାଗର ଯୁଗ୍ମକମିଶନର  ପି କେ ମହାନ୍ତି, ପୁରୀ ଜିଲ୍ଲା ପରିବହନ ଅଧିକାରୀ ରବୀନ କୁମାର ପଟ୍ଟନାୟକ,ସାମାଜିକ କର୍ମୀ ମୋତିପ୍ରକାଶ ରଥ, ଡ୍ରାଇଭର ସଂଘ ଉପଦେଷ୍ଟା ଆଡ଼ଭୋକେଟ ଜୟଦେବ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ସଡ଼କ ସୁରକ୍ଷା ରାଲି କରାଯାଇ ଥିଲା । ଅତିରିକ୍ତ କମିଶନର ଶ୍ରୀଯୁକ୍ତ ସେନାପତିଙ୍କ ନେତୃତ୍ୱରେ ବିନା ହେଲମେଟ ଏବଂ ସିଟବେଲ୍ଟରେ ଗାଡ଼ି ଚାଳନା କରୁଥିବା ବ୍ୟକ୍ତି ବିଶେଷଙ୍କୁ ପୁଷ୍ପଗୁଛ ଦେଇ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ସଚେତନ କଯାଇଥିଲା । ଆଜିଠାରୁ ନିମାପଡାରେ ସଡ଼କ ସୁରକ୍ଷା ଆଇନି କଡାକଡି ଭାବେ ପାଳନ କରାଯିବ ।  ଆଇନି ଉଲଂଘନକାରୀଙ୍କ ବିରୁଦ୍ଧରେ ଜେଲ ଓ ଜୋରିମାନା କରାଯିବ ବୋଲି କମିଶନର ଶ୍ରୀଯୁକ୍ତ ସେନାପତି କହିଛନ୍ତି । ମୋଟ ୩୨ ୟୁନିଟି ରକ୍ତ ଶିବିରରୁ ସଂଗୃହିତ ହୋଇଥିଲା । ଏହିଅବସରରେ ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ଜେନା  ସମେତ ସଂଘର ସମସ୍ତ ସଦସ୍ୟ ଶତାଧିକ ସାମଜିକ କର୍ମୀ ଏବଂ ଜନସାଧାରଣ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *