ମିଶନ  ଶକ୍ତି  community support staff ମାନଙ୍କ ପ୍ରୋତ୍ସାହନ  ରାଶିରେ  ବୃଦ୍ଧି  ଘୋଷଣା  କଲେ  ମୁଖ୍ୟମନ୍ତ୍ରୀ

ଅକ୍ଟୋବର  ୨୦୨୩ ରୁ  ପିଛିଲା  ଭାବରେ  କାର୍ଯ୍ୟକାରୀ  ହେବ.-ଉପକୃତ  ହେବେ  ୫୯୫୦୯ community support staff.- 5T ଅଧ୍ୟକ୍ଷଙ୍କ ଜିଲ୍ଲା  ଗସ୍ତ  ସମୟରେ ପ୍ରୋତ୍ସାହନ  ରାଶି  ପାଇଁ  ଅନୁରୋଧ  କରିଥିଲେ.

ଭୁବନେଶ୍ୱର, ୦୯/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟ  ଆଜି  ମୁଖ୍ୟମନ୍ତ୍ରୀ  ଶ୍ରୀ  ନବୀନ  ପଟନାୟକ  ଘୋଷଣା  କରିଛନ୍ତି ।

 ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ ।  ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ଅତୁଳନୀୟ ଅବଦାନ କୁ  ସମ୍ମାନ  ଜଣାଇବା  ସହ  ସେମାନ ଙ୍କୁ ଉତ୍ସାହିତ  କରିବା  ପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରୋତ୍ସାହନ ରାଶି ରେ ବୃଦ୍ଧି ଘୋଷଣା କରିଛନ୍ତି ।

 ମିଶନ ଶକ୍ତି ଅଧୀନରେ ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା MBK, CRP-CM, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା କାର୍ଯ୍ୟରତ ଅଛନ୍ତି । ଏହି ନୂତନ ଘୋଷଣା ଅନୁଯାୟୀ ମିଶନ ଶକ୍ତି ଅଧୀନରେ ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଉପକୃତ ହେବେ । ଉକ୍ତ ବର୍ଦ୍ଧିତ  ପ୍ରୋତ୍ସାହନ ରାଶି ୨୦୨୩ ମସିହା ଅକ୍ଟୋବର ମାସଠାରୁ ପିଛିଲାଭାବେ ନିମ୍ନମତେ ଲାଗୁ କରାଯିବ ।

  • MBK, ବ୍ୟାଙ୍କ ମିତ୍ର ଏବଂ ଜୀବିକା ସହାୟିକା ମାନେ ମାସିକ ୬୭୫୦ ଟଙ୍କା ରୁ  ୧୦୭୫୦ ଟଙ୍କା ପାଇବେ ।
  • କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାସିକ ୩,୭୫୦ ଟଙ୍କା ପରିବର୍ତ୍ତେ ମୋଟ ୬,୨୫୦ ଟଙ୍କା ପାଇବେ ।
  • CRP-CM ଏବେ ମାସକୁ ମୋଟ ୩୬୦୦ ଟଙ୍କା ପରିବର୍ତ୍ତେ ୬୧୦୦ ଟଙ୍କା ପାଇବେ ।

        ଉପରୋକ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ଅକ୍ଟୋବର,୨୦୨୩ ରୁ ପ୍ରଦାନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏ ବାବଦକୁ ରାଜ୍ୟ ସରକାର ୯୬.୫୧ କୋଟି ଅତିରିକ୍ତ ଅର୍ଥ ରାଶିର ବ୍ୟୟ ବରାଦ କରିଛନ୍ତି ।

ସୂଚନାଯୋଗ୍ୟ  ଯେ  5T ଅଧ୍ୟକ୍ଷଙ୍କ  ଜିଲ୍ଲା  ଗସ୍ତ  ସମୟରେ community  support staff ମାନେ  ତାଙ୍କୁ  ଭେଟି  ସେମାନଙ୍କ  ପ୍ରୋତ୍ସାହନ  ରାଶି  ବୃଦ୍ଧି  ବିଷୟରେ  ତାଙ୍କ  ଦୃଷ୍ଟି  ଆକର୍ଷଣ  କରିଥିଲେ. ।

Leave a Reply

Your email address will not be published. Required fields are marked *