ଯାଗର ଯାତ୍ରା ପାଇଁ ପରମହଂସନାଥଙ୍କ ମନ୍ଦିର ଲୋକାରଣ୍ୟ, ରାତି ୪ ଟା ମହାଦୀପ ଉଠିବ

କଟକ ସଦର, ୦୮/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳର ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମନ୍ଦିରରେ ଆଜି ଶୁକ୍ରବାର ଦିନ ମହାଶିବରାତ୍ରି ଯାଗର ପର୍ବ ଉପଲକ୍ଷେ ଭୋରରୁ ଵାଵାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ ନିୟନ୍ତ୍ରଣ ପାଇଁ କମିଶନରେଟ କନ୍ଦରପୁର ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାତି ୪ ଟାରେ ମନ୍ଦିର ଚୁଡାକୁ ମହାଦୀପ ଉଠିବ ଵୋଲି ଏଵଂ ଏହି ଯାତ୍ରା ୪ ଦିନ ଧରି ଚାଲିବାକୁ ଥିବା ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି। ମନ୍ଦିର ସୁରକ୍ଷା ସମିତି ସଭାପତି ପ୍ରଫୁଲ୍ଲ ସିଂହ,ହଂସନାଥ ସ୍ୱଚ୍ଛସେଵୀ ସଂଗଠନ ସଭାପତି ଲକ୍ଷ୍ମୀଧର ରାଉତ, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ପ୍ରମୁଖଙ୍କ ସହିତ ସମସ୍ତ ସଦସ୍ୟ‌ ଶୃଙ୍ଖଳିତ ଵ୍ୟଵ୍ୟସ୍ଥାକୁ ତ୍ୱରାନ୍ୱିତ କରୁଥିବା ଜଣାପଡିଛି। ସେହିପରି ସ୍ଥାନୀୟ ଅଞ୍ଚଳ ୪୨ ମୌଜା ଵରାଳର ବାଲୁଙ୍କେଶ୍ୱର,ଚାନ୍ଦୁଲିର ନିଳକଣ୍ଠ, ବେଲେଶ୍ୱର ର ବେଲେଶ୍ୱର, ଦାମୋଦରପୁର ର ନାଗେଶ୍ଵର, ପାରାଵିଲ୍ ର ପାରେଶ୍ୱର, ସିଦ୍ଧେଶ୍ୱରପୁର ର ସିଦ୍ଧେଶ୍ୱର, କୋରପଦା ର‌ କୁଣ୍ଡେଶ୍ୱର, ଵୋଧପୁର ର ଲୋକନାଥ, କୋଟୁଆଁ ର ସିଦ୍ଧେଶ୍ୱର, ଵସ୍ତପଡା ର ସ୍ୱପ୍ନେଶ୍ୱର,ହୁଲିପୁର-ଶଗଡି ର ଗଣନାଥ,ଵାଲିସୁକ୍ରି ର ମୁକ୍ତେଶ୍ଵର, କିଶନନଗର ର ସ୍ୱପ୍ନେଶ୍ୱର ପ୍ରଭୃତି ଶିଵ ମନ୍ଦିର ମାନଙ୍କରେ ମହାଶିବରାତ୍ରି ଆଧ୍ୟାତ୍ମିକ ପରିବେଶରେ ମହାସମାରୋହରେ ପାଳନ କରାଯାଉଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *