ଓଡ଼ିଶା ସମାଚାର

ଅନୁଗୋଳଠାରେ ପ୍ରସ୍ତାବିତ ଫ୍ଲାଇ ଅ।ସ୍ ପାର୍କ ପ୍ରତିଷ୍ଠା ନିମନ୍ତେ ଅଂଶୀଦାରମାନଙ୍କ ବୈଠକ

ଅନୁଗୋଳଠାରେ ପ୍ରସ୍ତାବିତ ଫ୍ଲାଇ ଅ।ସ୍ ପାର୍କ ପ୍ରତିଷ୍ଠା ନିମନ୍ତେ ଅଂଶୀଦାରମାନଙ୍କ ବୈଠକ

July 30
19:19 2017

ଭୁବନେଶ୍ୱର, ୩୦/୦୭/୨୦୧୭(ଓଡ଼ିଶା ସମାଚାର)- ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ(ଏମ୍ଏସ୍ଏମ୍ଇ)ର ମିଳିତ ଆନୁକୂଲ୍ୟରେ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଏଲ୍. ଏନ୍. ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଗୋଳଠାରେ ପ୍ରସ୍ତାବିତ ଫ୍ଳାଇ ଆସ୍ ପାର୍କ ପ୍ରତିଷ୍ଠା ନିମନ୍ତେ ଅଂଶୀଦାରମାନଙ୍କ ଏକ ବୈଠକ ଶନିବାର ଏକ ସ୍ଥାନୀୟ ହୋଟେଲ୍ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଫ୍ଲାଇ ଆସ୍ ପାର୍କର ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି ପାର୍କ ପ୍ରାୟ ୫୩ ଏକର ଜମିରେ ଅନୁଗୋଳ ନିକଟରେ ପ୍ରତିଷ୍ଠା ହେବାକୁ ଯାଉଛି । ଏଥି ନିମନ୍ତେ ଇଡ୍କୋକୁ ଜମି ହସ୍ତାନ୍ତରଣ ପ୍ରକ୍ରିୟା ଚାଲୁ ରହିଛି । ଏହାର ଡାଇଗ୍ନୋଷ୍ଟିକ୍ ଷ୍ଟଡି ରିପୋର୍ଟ(ଡିଏସ୍ଅ ।ର୍) ଭାରତୀୟ ଔଦ୍ୟୋଗିକ ବିକାଶ ପ୍ରତିଷ୍ଠାନ (ଇଡିଅ ।ଇ) ଦ୍ୱାରା ପ୍ରସ୍ତୁତ କରାଯାଇଛି । ସାଧାରଣ ସୁବିଧା କେନ୍ଦ୍ର (ସିଏଫ୍ସି) ପ୍ରତିଷ୍ଠା ନିମନ୍ତେ ପାଣ୍ଠି ଯୋଗାଇବା ପାଇଁ ଚଳିତ ମାସ ୩୧ ତାରିଖ ସୁଦ୍ଧା ଏହି ରିପୋର୍ଟ ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରାଳୟକୁ ପ୍ରେରଣ କରାଯିବ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଭ୍ୟ ସଚିବ ଶ୍ରୀ ଦେବଦତ ବିଶ୍ୱାଳ ସୂଚନା ଦେଇଥିଲେ ଯେ ଓଡ଼ିଶାରେ ଥିବା ତାପଜ ବିଦୁ୍ୟତ କେନ୍ଦ୍ରମାନଙ୍କରେ ବାର୍ଷିକ ପ୍ରାୟ ୩୨ ମିଲିୟନ୍ ଟନ୍ ଫ୍ଲାଇ ଆସ୍ ସୃଷ୍ଟି ହୋଇଥାଏ । ଏଥିରୁ ପ୍ରାୟ ୧୪ ମିଲିୟନ୍ ଟନ୍ କେବଳ ଅନୁଗୋଳ, ଢେଙ୍କାନାଳ ଅଂଚଳରୁ ଉତ୍ପାଦିତ ହୋଇଥାଏ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ପରିବେଶ ବୈଜ୍ଞାନିକ ଡ. ଡି.କେ. ବେହେରା କହିଥିଲେ ଯେ ଫ୍ଲାଇ ଆସ୍କୁ ବ୍ୟବହାର କରି ଇଟା, ବ୍ଲକ୍, ଟାଇଲ୍ ଏବଂ ସିମେଂଟ ଉତ୍ପାଦନ କରାଯାଇପାରିବ । ବର୍ତମାନ ପ୍ରାୟ ୫୭ ପ୍ରତିଶତ ଫ୍ଲାଇ ଆସ୍ ଉପଯୋଗ କରାଯାଉଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଗୁପ୍ତା ଫ୍ଲାଇ ଆସ୍ ଆଧାରିତ ଉତ୍ପାଦକୁ ମୂଲ୍ୟଯୁକ୍ତ ଉତ୍ପାଦରେ ପରିଣତ କରିବା ଉପରେ ଜୋର ଦେଇଥିଲେ । ସେ କହିଥିଲେ ଯେ, ଏଥି ନିମନ୍ତେ ଅନୁଗୋଳରେ ପ୍ରତିଷ୍ଠା ହେବାକୁ ଥିବା ଫ୍ଲାଇ ଆସ୍ ପାର୍କ ନିର୍ମାଣକୁ ତ୍ୱରାନ୍ୱିତ କରାଯିବା ସହିତ ଚଳିତ ଆର୍ଥିକ ବର୍ଷରେ ଏହାକୁ ସାକାର କରାଯିବ । ଇଡିଆଇଆଇ, ଏମ୍ଏସ୍ଏମ୍ଇ-ଡିଆଇ, ଅନୁଗୋଳର ଜିଲ୍ଲାପାଳ ଏବଂ ଅନ୍ୟ ଅଂଶୀଦାରମାନେ ଦଳୀୟ ଭିତିରେ କାମ କରି ଏହି ମିଶନ୍କୁ ଯଥାଶୀଘ୍ର କାର୍ଯ୍ୟରେ ରୂପାୟନ କରିବାକୁ ସେ ପରାମର୍ଶ ଦେଇଥିଲେ । ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅନୀଲ କୁମାର ସାମଲ ସୂଚନା ଦେଇଥିଲେ ଯେ ଇଡ୍କୋ ୫୩.୦୨ ଏକର ଜମିର ହସ୍ତାନ୍ତରଣ ନିମନ୍ତେ ଆବେଦନ କରିଛି ଏବଂ ଏହି କାର୍ଯ୍ୟ ଖୁବ୍ ଶୀଘ୍ର ସରିବ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଗୁପ୍ତା ଫ୍ଲାଇ ଆସ୍ ଶିଳ୍ପ ନିମନ୍ତେ ସ୍ପେଶାଲ ପରପଜ୍ ଭେହିକିଲ୍(ଏସ୍ପିଭି) ଗଠନ କରିବା ପାଇଁ ପ୍ରଚେଷ୍ଟା କରିବାକୁ ଅନୁଗୋଳ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ର, ଅନୁଗୋଳର ସାଧାରଣ ପରିଚାଳକ ସୂଚନା ଦେଇଥିଲେ ଯେ ୫୮ଟି ଫ୍ଲାଇ ଆସ୍ ଇଟା ତିଆରି ୟୁନିଟ୍ ଅନୁଗୋଳ ଅଂଚଳରେ ଚିହ୍ନଟ କରାଯାଇଛି । ସେଥିରୁ ୪୬ଟି ୟୁନିଟ୍ ଜିଲ୍ଲା ଶିଳ୍ପ କେନ୍ଦ୍ରରେ ପଞ୍ଜିକୃତ ହୋଇଛନ୍ତି । ସେମାନେ ଫ୍ଲାଇ ଆସ୍ ଇଟା ପ୍ରସ୍ତୁତକାରୀ ସଂଘ ଗଠନ କରିଛନ୍ତି । ଏସ୍ପିଭି ଗଠନକୁ ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ଇଡ୍କୋ ଓ ଅନୁଗୋଳ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା । ବୈଠକରେ ଅନୁଗୋଳଠାରେ ପ୍ରସ୍ତାବିତ ଫ୍ଲାଇ ଆସ୍ ପାର୍କ ସ୍ଥାପନକୁ ତ୍ୱରାନ୍ୱିତ କରିବା ପାଇଁ ନାଲ୍କୋ, ଏନ୍ଟିପିସିର ପ୍ରତିନିଧି ଏବଂ ଅନ୍ୟ ଅଂଶୀଦାରମାନଙ୍କର ସହଯୋଗ କାମନା କରାଯାଇଥିଲା । ଫ୍ଲାଇ ଆସ୍ ଇଟା ପ୍ରସ୍ତୁତକାରୀଙ୍କୁ ସାହାଯ୍ୟ ଦେବା ପାଇଁ ଏହି ପାର୍କରେ ସାଧାରଣ ସୁବିଧା କେନ୍ଦ୍ର, ଗୋଟିଏ ପରିକ୍ଷାଗାର ଏବଂ ଅନ୍ୟ ଜରୁରୀ ଭିତିିଭୂମି ରହିବ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

4 × four =