ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ଉନ୍ମୋଚିତ

କେନ୍ଦ୍ରାପଡ଼ା,୦୭/୦୩/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଆନନ୍ଦମାର୍ଗରେ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ଆଜି ଉନ୍ମୋଚିତ ହୋଇଯାଇଛି । ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ସଭାପତି କରୁଣାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲାଜଜ ବିଶ୍ୱଜିତ ମହାନ୍ତି, ଜିଲାପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ଜିଲାପାଳ ସୂର୍ଯ୍ୟବଂଶୀ ମୟୁୁର ବିକାଶ, ଫାଷ୍ଟଟ୍ରାକ ଆଡହକ କୋର୍ଟର ଅତିରିକ୍ତ ଜିଲାଜଜ ତ୍ରୀବିକ୍ରମ କେଶରୀ ଚିନ୍ନାରା, ଅତିରିକ୍ତ ଜିଲାଜଜ ଅଜୟ କୁମାର ପ୍ରଧାନ, ରେଜିଷ୍ଟ୍ରାର ସିଭିଲକୋର୍ଟ ରମାଦେବୀ ସୋରେନ, ଅତିରିକ୍ତ ଜିଲାପାଳ ପିତାମ୍ବର ସାମଲ, ପୌରାଧ୍ୟକ୍ଷା ସରିତା ସାହୁ, ପ୍ରଫେସର ନନ୍ଦକିଶୋର ପରିଡା, ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ରୋସ୍ନôା ସାହୁ, ପୌରନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, କାଉନସିଲର ସେକ ଅସଲମ, କବି ଶୁଭାଂଶୁ ଦାସ ପ୍ରମୁଖ ଯୋଗଦେଇ ବିପ୍ଳବୀ ସ୍ୱର୍ଗତ ଜେନାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିକୁ ଉନ୍ମୋଚନ କରିଥିଲେ । ଦୁଖିନୀ କନିକା ପୁସ୍ତକକୁ ଇଂରେଜ ସରକାର ବାଯ୍ୟାପ୍ତି କରିବା ପରେ ମହାତ୍ମାଗାନ୍ଧୀଙ୍କ ଇଂରାଜୀ ପତ୍ରିକା ୟଙ୍ଗଇଣ୍ଡିଆ ପତ୍ରିକାରେ ଏହା ପ୍ରକାଶ ପାଇଥିଲା ବୋଲି ଜିଲାପାଳ କହିଥିଲେ । ଯାହାକି ସାରା ଭାରତବର୍ଷରେ ଚହଳ ସୃଷ୍ଟି କରିଥିଲା । ଜାତୀୟ ସ୍ତରର ନେତା ଲାଲା ଲାଜପତ ରାୟ, ମଦନମୋହନ ମାଲବ୍ୟ, ଭି.ଭି. ଗିରି, ଚିତରଞ୍ଜନ ଦାସ ପ୍ରମୁଖ ଏହା ପଢି ହତବାକ ହୋଇଥିଲେ । ପରେ ଆନନ୍ଦ ଚନ୍ଦ୍ର ଜେନାଙ୍କ ସହ ପରିଚିତ ହୋଇଥିଲା । ଏହି ପରି ସ୍ୱର୍ଗତ ଜେନା ୭ଟି ପୁସ୍ତକ ଲେଖିଥିଲେ । ବନ୍ଦୀରେ ଥାଇ ଗୋପବନ୍ଧୁ ଦାସ ସ୍ୱର୍ଗତ ଜେନାଙ୍କୁ ଦୁଖିନୀ କନିକା ବୋଲି ସମ୍ବୋଧନ କରିଥିଲେ । ବିପ୍ଳବୀ ଜେନାଙ୍କ ୪୨ଏକର ସ୍ଥାବର ଓ ଅସ୍ଥାବର ସମ୍ପତିକୁ ନିଲାମ କରାଯାଇଥିଲା । ଇଂରେଜ ସରକାର ଓ କନିକା ରାଜା ମିଶି ବିପ୍ଳବୀ ଜେନାଙ୍କୁ ଖାଦ୍ୟରେ ବିଷ ମିଶାଇ ୧୯୪୬ରେ ମାରିଦେଇଥିଲେ । ଫଳରେ ସେ ଦେଶର ସ୍ୱାଧୀନତା ଦେଖିବାରୁ ବଂଚିତ ହୋଇଥିଲେ । ଆନନ୍ଦ ଚନ୍ଦ୍ରଙ୍କ ପ୍ରଦର୍ଶିତ ତ୍ୟାଗ, ନିଷ୍ଠା, ସମାଜସେବା ଇତ୍ୟାଦି ଅନୁସରଣ କରିବାକୁ ଜିଲାପାଳ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟି ସଂଯୋଜକ ସଞ୍ଜୟ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ଓକିଲ ସଂଘ ସଭାପତି ବିଚିତ୍ରାନନ୍ଦ ମହାନ୍ତି, ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶ, ନିରଞ୍ଜନ ମେକାପ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ଧିରେନ୍ଦ୍ର ଦାସ, ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂହ, ମନୋଜ କୁମାର ସାହୁ, ସମାଜସେବୀ ରଞ୍ଜିତ ସାହୁ, ନିରଞ୍ଜନ ବଳ, କଲିମ ଖାଁ, ଶେଷଦେବ ପ୍ରସାଦ ଦାସ, ଅକ୍ଷୟ ନାଥ, ଗୋପାଳ ମହାପାତ୍ର, ସେକ ଚନ୍ଦନ, ସୁବାଷ ମିଶ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସରକାରଙ୍କ ଦ୍ୱାରା ସ୍ୱର୍ଗତ ଜେନାଙ୍କ ଜୟନ୍ତୀ ପାଳନ କରାଯିବାକୁ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *