ଓଡ଼ିଶା ଲଳିତ କଳା ଏକାଡେମୀର ମହିଳା ଚିତ୍ରଶିଳ୍ପୀ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର, ୦୬/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଭୁବନେଶ୍ୱର ପାନ୍ଥନିବାସଠାରେ ଉଦ୍‌ଘାଟିତ ହୋଇଯାଇଛି । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆୟୋଜିତ ଏହି ତିନିଦିନିଆ ମହିଳା ଚିତ୍ରଶିଳ୍ପୀ ଶିବିର ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିବାବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦୀଲିପ କୁମାର ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

         ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନପୂର୍ବକ ଶିବିର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଏହି ଶିବିରରେ ବିଭିନ୍ନ ଜିଲ୍ଲାରୁ ମୋଟ ୪୦ ଜଣ ମହିଳା ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ । ଶିଳ୍ପୀମାନେ କ୍ୟାନ୍‌ଭାସ୍‌ରେ ନାରୀ ମନୋସ୍ତତ୍ତ୍ୱକୁ ପରିପ୍ରକାଶ କରିବା ସହ ସାମ୍ପ୍ରତିକ ଓଡ଼ିଶାର ପ୍ରଗତିରେ ନାରୀର ଭୂମିକା ଓ ମହିଳା ସଶକ୍ତିକରଣ ପ୍ରସଙ୍ଗ ଉପରେ ସୃଜନଶୀଳ ଢଙ୍ଗରେ ଅଙ୍କନ କରିଥିଲେ । ଅଂଶଗ୍ରହଣକାରୀ ଶିଳ୍ପୀ ସ୍ମୃତି ପଟ୍ଟନାୟକ, ସୁଖଲତା ଦାସ, ବିଥିକା ଦାସ, ସଚେତା ପ୍ରିୟଦର୍ଶିନୀ, ମୋନାଲିସା ବିଶ୍ୱାଳ, ସାହିସ୍ତା ନାଜ୍‌, ଶୁଭଲକ୍ଷ୍ମୀ ପତ୍ରୀ, ଶୁଭଶ୍ରୀ ଜୟସିଂ, ବନ୍ଦିତା ବିଶ୍ୱାଳ, ଶୁଭମ୍‌ ଶୁଭଦର୍ଶିନୀ ଦାସ, ସବିତା ସ୍ୱାଇଁ, ସେଫାଳି ମହାନ୍ତି, ଅପର୍ଣ୍ଣା ମହାନ୍ତି, ଝରଣା ଦାସ, ଦୀପଶିଖା ରଣା, ମଧୁସ୍ମିତା ଦାସ, ଜୁଈ ଦାସ ମହାପାତ୍ର, ଦୀପିକା ଦେ, ସ୍ନେହ ସାମନ୍ତରାୟ, ଅର୍ପିତା ମହାରଣା, ସ୍ୱାଗତିକା ମିଶ୍ର, ନମିତା ସାହୁ, ମଞ୍ଜୁଦାସ, ଦୀପ୍ତିମୟୀ ପୃଷ୍ଟି, ଦୀପାଞ୍ଜଳି ପ୍ରମିତା ମଙ୍ଗରାଜ, ସୁକିଂ ଦଣ୍ଡସେନା, ସମାପ୍ତି ଦାସ, ପ୍ରିୟଙ୍କା ସେଠୀ, ପ୍ରତିଜ୍ଞା ମହାନ୍ତି, ରାଜସ୍ମିତା ଭୂୟାଁ, ନମିତା ସୋରେନ, ଲୀନା ମେହେର, ସୁପ୍ରଭା ନନ୍ଦ, ସାଧନା ମିଶ୍ର, ସୌଦାମିନୀ ରାଉତ, ୟାନିତା ପ୍ରିୟଦର୍ଶିନୀ, ଯସ୍ମିନ୍‌ ମହାପାତ୍ର ଓ ସୁମିତ୍ରା ମହାରଣା ପ୍ରମୁଖ ଶିଳ୍ପୀମାନେ ଯୋଗଦେଇ କ୍ୟାନ୍‌ଭାସ୍‌ରେ ନିଜର ସୃଜନଶୀଳତାକୁ ପରିପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *