ଓଡ଼ିଶା ସମାଚାର

ଭାଗବତ ଟୁଙ୍ଗୀ ପୁନରୁଦ୍ଧାର ପାଇଁ ଅଧିକାରୀଙ୍କୁ ପରାମର୍ଶ

ଭାଗବତ ଟୁଙ୍ଗୀ ପୁନରୁଦ୍ଧାର ପାଇଁ ଅଧିକାରୀଙ୍କୁ ପରାମର୍ଶ

July 28
14:56 2017

 ଭୁବନେଶ୍ୱର, ୨୮/୦୭/୨୦୧୭(ଓଡ଼ିଶା ସମାଚାର)- ରାଜ୍ୟର ବିଭିନ୍ନ ସ୍ଥାନରେ ଭାଗବତ ଟୁଙ୍ଗିଗୁଡିକର ପୁନରୁଦ୍ଧାର କାର୍ଯ୍ୟରେ ତତ୍ପରତା ପ୍ରକାଶ କରିବା ନିମନ୍ତେ ଜିଲ୍ଲାଗୁଡିକରେ କାର୍ଯ୍ୟରତ ସଂସ୍କୃତି ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକଚନ୍ଦ୍ର ପଣ୍ଡା ଏହି ମର୍ମରେ ଭାଗବତ ଟୁଙ୍ଗିଗୁଡିକର ପୁନରୁଦ୍ଧାର ନିମନ୍ତେ ଅଧକ କ୍ରିୟାଶୀଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ସ୍ଥାନୀୟ ଅଭିଲେଖାଗାର ପ୍ରକୋଷ୍ଠରେ ଅନୁଷ୍ଠିତ ଏକ ବୈଠକରେ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଅନୁଦାନ ସତ୍ୱେ କେତେକ ସ୍ଥାନରେ ଟୁଙ୍ଗିଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଆଶାନୁରୂପ ହୋଇନଥିବାରୁ କ୍ଷୋଭ ପ୍ରକାଶ କରିବା ସହିତ ସଂସ୍କୃତି ଅଧିକାରୀମାନେ ଜଣେ ସଂଯୋଜକର ଭୂମିକା ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ସହାୟତା ପାଉଥିବା ଭାଗବତ ଟୁଙ୍ଗିର ତତ୍ୱାବଧାରକ(କେୟାର ଟେକର) ଓ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନାମରେ ମିଳିତ ପାସ୍ବୁକ୍ ପ୍ରସ୍ତୁତି ଓ ଟୁଙ୍ଗିଗୁଡିକର ନିୟମିତ କାର୍ଯ୍ୟକଳାପ ଉପରେ ତଥ୍ୟ ସଂଗ୍ରହ କରିବା ନିମନ୍ତେ ସେ ନିର୍ଦ୍ଧେଶ ଦେଇଥିଲେ । ବିଭାଗୀୟ ନିର୍ଦ୍ଧେଶକ ତଥା ଅତିରିକ୍ତ ଶାସନ ସଚିବ ଅମରେନ୍ଦ୍ର କୁମାର ପଟ୍ଟନାୟକ ମଧ୍ୟ ବକ୍ତବ୍ୟ ରଖିଥିଲେ । ୨୦୧୪-୧୫, ୨୦୧୫-୧୬ ଓ ୨୦୧୬- ୧୭ ଆର୍ଥିକ ବର୍ଷରେ ରାଜ୍ୟର ୩୬୦୦ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାର ୯ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ପ୍ରତି ଜିଲ୍ଲା ପାଇଁ ଏହି ସହାୟତ ରାଶି ଜିଲ୍ଲାପାଳମାନଙ୍କ ନିକଟରେ ରହିଛି । ପ୍ରତି ଭାଗବତ ଟୁଙ୍ଗି ପାଇଁ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ୧୦ ହଜାର ଟଙ୍କାରେ ଡାକବାଜି ଯନ୍ତ୍ର ଓ ଭାଗବତ ସେଟ୍ ତଥା ପଠନ ବଇଠି କ୍ରୟ ପାଇଁ ବ୍ୟବସ୍ଥା ରହିଥିବା ବେଳେ ୧୫ ହଜାର ଟଙ୍କାର ମୂଳ ପାଣ୍ଠି ଯୋଗାଇ ଦିଆଯାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

15 + seven =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...