ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

       ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ସ୍ୱାସ୍ଥ୍ୟ ଶିକ୍ଷାକୁ ଗୁରୁତ୍ୱ ଦେଇ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି-ମୁଖ୍ୟ ଶାସନ ସଚିବ

       ବିଶ୍ୱବିଦ୍ୟାଳୟର ବାର୍ଷିକ  କାର୍ଯ୍ୟ ଅଗ୍ରଗତି ପ୍ରଶଂସନୀୟ ରହିଛି ।

ଭୁବନେଶ୍ୱର, ୦୫/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନବଗଠିତ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ଆଜି ଶିଶୁ ଭବନଛକ ନିକଟସ୍ଥ  ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ ୨୦୨୧ ଅନୁସାରେ ଏହି ବିଶ୍ୱ ବିଦ୍ୟାଳୟ ୫ ମାର୍ଚ୍ଚ ୨୦୨୩ରେ ସ୍ଥାପିତ ହୋଇଥିଲା ଓ ଏହା ଦେଶର ୧୭ତମ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ।୨୦୨୩-୨୪ ଶିକ୍ଷାବର୍ଷରୁମେଡିକାଲ, ଡେଣ୍ଟାଲ, ଆୟୁର୍ବେଦିକ, ହୋମିଓପାଥି, ନର୍ସିଂ, ଫାର୍ମାସି ଓ ଆନୁଷଙ୍ଗିକ ପାରାମେଡିକାଲ ପାଠ୍ୟକ୍ରମ ପ୍ରଦାନ କରୁଥିବା ରାଜ୍ୟର ପ୍ରାୟ ୩୦୦ ମହା ବିଦ୍ୟାଳୟ /ଅନୁଷ୍ଠାନ ଏହି ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛନ୍ତି ।

          ଆଜି ଅନୁଷ୍ଠାନର ପ୍ରଥମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ  ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ବିଦ୍ୟାଳୟ ଅନୁବନ୍ଧିତ ମେଡିକାଲଓ ସ୍ୱାସ୍ଥ୍ୟ ବିଜ୍ଞାନ ଅନୁଷ୍ଠାନଗୁଡିକର ଡିନ୍-ତଥା-ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ବୋର୍ଡ, ବିଶ୍ୱ ବିଦ୍ୟାଳୟ ଶିକ୍ଷା ପରିଷଦ ତଥା ଅନ୍ୟ କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଗତ ବର୍ଷ ସ୍ଥାପିତ ଏହି ବିଶ୍ୱବିଦ୍ୟାଳୟ ଆଜି ଏକ ବର୍ଷ ପୂରଣ କରିଛି । ବିଶ୍ୱ ବିଦ୍ୟାଳୟର ଏହି ବର୍ଷକ ମଧ୍ୟରେ କାର୍ଯ୍ୟ ଅଗ୍ରଗତି ବାସ୍ତବରେ ପ୍ରଶଂସନୀୟ ରହିଛି । ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ସ୍ୱାସ୍ଥ୍ୟ ଶିକ୍ଷାକୁ ଗୁରୁତ୍ୱ ଦେଇ  ପ୍ରତିବଦ୍ଧତାର ସହିତ  କାର୍ଯ୍ୟ କରୁଥିବା ଅତ୍ୟନ୍ତ ଆନନ୍ଦର ବିଷୟ । ଜଳବାୟୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସମେତ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ରହିଥିବା ବିଭିନ୍ନ ଆହ୍ୱାନକୁ ମୁକାବିଲା କରିବା ଦିଗରେ ଏହି ବିଶ୍ୱ ବିଦ୍ୟାଳୟ ନିୟାମକ ଭାବେ କାର୍ଯ୍ୟ କରୁ  ବୋଲି ସେ ମତ ପ୍ରକାଶ କରିଥିଲେ ।

          କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର-ତଥା-ଜଳସମ୍ପଦ, ଯୋଜନା ଓ ସମନ୍ୱୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଅତିଥା ଭାବେ ଯୋଗଦେଇ କହିଥିଲେ ଯେ,ଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଆଦି ସହିତ ସମନ୍ୱିତ କରି ବିଶ୍ୱ ବିଦ୍ୟାଳୟ ଜରିଆରେ ଉପଯୋଗୀ ଥିବା ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଓ ଗବେଷଣା ପ୍ରଦାନ  କରାଯିବାର ଆବଶ୍ୟକତା ରହିଛି, ଯାହାକି  ସ୍ୱାସ୍ଥ୍ୟ ଶିକ୍ଷା ଓ ଡାକ୍ତରୀ ଶିକ୍ଷା କରୁଥିବା ଛାତ୍ରଛାତ୍ରୀଙ୍କୁବହୁଧା ଉପକୃତ କରିବ । ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସେ ବିଭିନ୍ନ ବିଷୟରେ ଗଠନମୂଳକ ପରାମର୍ଶ ଦେଇ ଏହି ବିଶ୍ୱ ବିଦ୍ୟାଳୟସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ  କରୁବୋଲିସେ ପ୍ରକାଶ କରିଥିଲେ ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  କମିଶନର-ତଥା ଶାସନ ସଚିବ ଶାଳିନୀ ପଣ୍ଡିତଯୋଗ ଦେଇ ବିଭିନ୍ନ ଆହ୍ନାନ ସତ୍ତ୍ୱେ ବିଶ୍ୱବିଦ୍ୟାଳୟର ଅନେକ କାର୍ଯ୍ୟକରାଯାଇପାରିଥିବା ସୂଚନା ଦେଇଥିଲେ ।  ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା ଶାସନ ସଚିବ  ଶ୍ରୀ ଅରବିନ୍ଦ ଅଗ୍ରୱାଲ ଅତିଥି ଭାବେ ଯୋଗଦେଇ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳିତ ପ୍ରୟାସରେ ଏହି ବିଶ୍ୱ ବିଦ୍ୟାଳୟ ଜରିଆରେ ବହୁମୁଖୀ ଶିକ୍ଷା ଓ ଗବେଷଣା କାର୍ଯ୍ୟକ୍ରମ କରାଯିବା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ ।

          ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଦତ୍ତେଶ୍ୱର ହୋତା ସୂଚନା ଦେଇ କହିଛନ୍ତି ଯେ, ଡାକ୍ତରୀ  ଓ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ କଲେଜକୁ ଗୋଟିଏ ବିଶ୍ୱବିଦ୍ୟାଳୟ ଅଧୀନରେ ଆଣିବା ଏବଂ ସମ୍ପୃକ୍ତ ଅଧ୍ୟୟନ କ୍ଷେତ୍ରରେ ଶିକ୍ଷାର ଗୁଣବତ୍ତାକୁ ସୁବ୍ୟବସ୍ଥିତ କରିବା ପାଇଁ ବିଶ୍ୱବିଦ୍ୟାଳୟ ସ୍ଥାପନର  ପ୍ରଥମ ବର୍ଷରେ ଏହାର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ବିଶ୍ୱବିଦ୍ୟାଳୟ ବ୍ରଡ୍ ଏବଂ ସୁପର ସ୍ପେଶାଲିଟି ସମେତ ୯୧ଟି ବିଶେଷଜ୍ଞତା ପ୍ରଦାନ କରୁଥିବା ୩୧ଟି ସ୍ନାତକଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଣୟନ କରିଛନ୍ତି ଯେଉଁଠାରେ ସର୍ବୋଚ୍ଚ ନିୟାମକ ସଂସ୍ଥା ଅନୁଯାୟୀ ଏହାର ନିୟମାବଳୀ ପ୍ରଣୟନ କରାଯାଇଛି। ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଚିକିତ୍ସା ଅନୁଷ୍ଠାନଗୁଡ଼ିକରେ ଯୋଜନାବଦ୍ଧ ଗବେଷଣା ଇକୋସିଷ୍ଟମ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବାରେ ରାଜ୍ୟ ସରକାର ତଥା ସଂପୃକ୍ତ ବିଭାଗ ଠାରୁ ମିଳିଥିବା ସହଯୋଗ ଓ ସମର୍ଥନକୁ ସେ ପ୍ରଶଂସା  କରିଥିଲେ ।ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀମତୀ ସନ୍ତୋଷୀ ସାହୁ ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବା ବେଳେ ଅର୍ଥ ନିୟନ୍ତ୍ରକ ଗୌତମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

-0-

Leave a Reply

Your email address will not be published. Required fields are marked *