କିଶନନଗର ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର,୫୦ ୟୁନିଟ ସଂଗ୍ରହ

କଟକ ସଦର , ୨୩/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭଗଵାନ ସତ୍ୟସାଇ ବାବାଙ୍କ ୯୮ ତମ ଜନ୍ମଦିନ ଉପଲକ୍ଷେ କିଶନନଗର ଶ୍ରୀ ସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସେଵା କେନ୍ଦ୍ର ପ୍ରାଙ୍ଗଣରେ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ ଆଜି ଗୁରୁବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମିତିର ଆବାହକ ପ୍ରାଧ୍ୟାପକ ଅକ୍ଷୟ କୁମାର ବେହେରାଙ୍କ ଆଵାହକତ୍ୱରେ ଆୟୋଜିତ ଶିବିରରୁ ୫୦ ଜଣ ସାଇ ଆଶ୍ରିତ ରକ୍ତ ବନ୍ଧୁ ରକ୍ତ ଦାନ କରିଥିଲେ। ଶିବିର ପରିଚାଳନାରେ ସେଵା ସଂଯୋଜକ ନିରଞ୍ଜନ ସେଠୀ, ଆଧ୍ୟାତ୍ମିକ ସଂଯୋଜକ ଶ୍ୟାମସୁନ୍ଦର ମଲିକ, ଦିଲିପ ବେହେରା, ସୁଶାନ୍ତ ବେହେରା, ସତ୍ୟସିଦ୍ଧାନ୍ତ ଦାଶ, ସତ୍ୟରଞ୍ଜନ ଵିଠ୍, ପ୍ରଭାତ ବେହେରା, କ୍ଷମାମୟୀ ବେହେରା,ଦିପୁ ମଣ୍ଡଳ, ପୂର୍ଣ୍ଣିମା ଵିଠ୍, ହାଡିବନ୍ଧୁ ଦାସ, ଅଞ୍ଜଳି ବେହେରା, ତପନ ସେଠୀ ପ୍ରମୁଖ ସହାୟତା କରିଥିଲେ। ରକ୍ତଦାନ ଶିବିରରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗଦେଇଥିଲେ । ଶେଷରେ ସମସ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *