ଦୁର୍ଦ୍ଧାନ୍ତ ଅପରାଧି ଅରବିନ୍ଦ ତୀର୍କୀ ଗିରଫ

ରାଜଗାଙ୍ଗପୁର, ୨୭/୦୨/୨୦୨୪ (ଓଡ଼ିଶା ସମାଚାର)- ଗତ ୩ ମାସ ତଳେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ସାଗଯୋର ଠାରେ ଥିବା ଜନ ସେବାକେନ୍ଦ୍ର ରେ ଗୋଟିଏ ଲୁଟ ଘଟଣା ରେ ରାଜଗାଙ୍ଗପୁର ପୋଲିସ ୪ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୂଖ୍ୟ ଅପରାଧୀ ଅରବିନ୍ଦ ତୀର୍କୀ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇ ଯାଇଥିଲା । ରାଜଗାଙ୍ଗପୁର ଥାନା ଅଞ୍ଚଳରେ ପୂର୍ବରୁ ଏବଂ ବର୍ତ୍ତମାନ ମୋଟ ୧୪ ଟି ଗମ୍ଭୀର ଅପରାଧରେ ସଂପୃକ୍ତ ରହି ଓ ବିଭିନ୍ନ ଅପରାଧ କରି ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଞ୍ଚଳରେ ୫ଟି ,ବଡ଼ଗାଁ ଥାନା ଅଂଚଳରେ ୨ଟି ,ବିରମିତ୍ର ପୁର ଥାନା ଅଞ୍ଚଳ ରେ ୩ଟି, ବିର୍ସା ଥାନା ଅଞ୍ଚଳ ରେ ୨ଟି ,କେ ବଳଙ୍ଗା ଥାନା ଅଞ୍ଚଳରେ ୧ଟି ,ରାଇବଗା ଥାନା ଅଞ୍ଚଳରେ ୧ଟି ,ଅପରାଧ କରିବା ସହ ସମ୍ବଲପୁର, ବାମଡା ଗୋବିନ୍ଦ ପୁର ଥାନା ଅଂଚଳ ରେ ୪ ଟି, ଅପରାଧ କରି ମୋଟ ୩୧ ଟି ଅପରାଧ କରି ସଂପୃକ୍ତ ଅପରାଧୀ ବିଭିନ୍ନ ସ୍ଥାନରେ ଯାଇ ଲୁଚି ଛପି ଅପରାଧର ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲା କ୍ଷ ସେ ବିଭିନ୍ନ ସ୍ଥାନ ମାନଙ୍କରେ ଡକାୟତି ,ଲୁଟ ,ବୋମା ଫୁଟାଇବା, ପିସ୍ତଲରୁ ଗୁଳି ଫୁଟାଇ ଦାଦବଟୀ ଆଦାୟ କରିବା ଇତ୍ୟାଦି ବହୁ ଅପରାଧ କରିବା ପରେ ରାଜଗାଙ୍ଗପୁର ଏସ ଡି ପି ଓ ଅଭିଷେକ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନ ରେ ପୋଲିସ ତାର ଜାଲବିଛାଇ ରଖି ଥିଲେ । ବିଶେଷ ସୂତ୍ରରୁ ପୋଲିସ ଜାଣି ପାରିଲେ ଯେ ସେ କିଛି ଦିନ ତଳେ ବେଙ୍ଗୁଲୁର ଚାଲି ଯାଉଛି କ୍ଷ ଅରବିନ୍ଦ ବେଙ୍ଗୁଲୁରୁ ଫେରି ରାଇବଗାର ନିଜର ଶଶୁର ଘର ଅଞ୍ଚଳରେ ରହିଥିବା ଘଟଣା ପୋଲିସ ବିଶେଷ ସୂତ୍ରରୁ ଜାଣି ପାରିଥିଲା । ଗତ କାଲି ରାତ୍ରରେ ଏସଡିପିଓ ଅଭିଷେକ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ କୁତ୍ରା ଥାନା ଅଧିକାରୀ ମନୋରଞ୍ଜନ ବିଶି, ରାଜଗାଙ୍ଗପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଏବଂ ରାଇବାଗା ଥାନା କର୍ମଚାରୀ ଙ୍କୁ ନେଇ ଲୁଚି ରହିଥିବା ସ୍ଥାନରେ ଅତର୍କିତ ଚଢ଼ାଉ କରି ଅରବିନ୍ଦ ତୀର୍କୀ କୁ ଗିରଫ କରିଥିଲେ। ତା ଠାରୁ ୬ ରାଉଣ୍ଡ ଭରା ପିସ୍ତଲ, ଗୋଟିଏ ଲାପଟପ, ସ୍କୁଟି ଚାବି ଇତ୍ୟାଦି ଜବତ କରିବା ସହ ତାକୁ ଗିରଫ କରିଥିବା ସମ୍ପର୍କରେ ଆଜି କୁତ୍ରା ଥାନା ପରିସରରେ ଏସଡି ପିଓ ଶ୍ରୀ ପାଣିଗ୍ରାହୀ ଗଣ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *