ନାଲକୋ ସମ୍ପ୍ରସାରଣ କାମ ବେଳେ ରଡ୍ ପଡି ଦୁଇ ଶ୍ରମିକ ମୃତ

କୋରାପୁଟ,୨୭/୦୨/୨୦୨୪ (ଓଡ଼ିଶା ସମାଚାର)-କୋରାପୁଟ ଜିଲା ଦାମନଯୋଡ଼ିରେ ଥିବା ନାଲକୋ ପ୍ଲାଣ୍ଟ ପରିସରରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ସାଇଡ୍‌ ବିମ୍‌ କାର୍ଯ୍ୟ ବେଳେ ଲୁହା ରଡ଼ ପଡି ଶ୍ରମିକମାନେ ଚାପି ହୋଇଯାଇଥିଲେ। ଫଳରେ ଘଟଣା ସ୍ଥଳରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଙ୍କ ଚିକିତ୍ସା ପାଇଁ ନାଲକୋ ମେଡିକାଲ ପଠାଯାଇଛି। ମୃତକ ଦୁଇ ଠିକା ଶ୍ରମିକ  ଓ ବିହାରର ଅଞ୍ଚଳର ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ, ସିଆଇଏସ୍‌ଏଫ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମୃତ ଦୁଇ ଶ୍ରମିକ ବିହାରର ଅଞ୍ଚଳର ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *