ଓଡ଼ିଶା ସମାଚାର

ଘଂଟେଶ୍ୱରୀ ପୀଠରେ ଲାଗିବ ୧୦ ଫୁଟର ବିଶାଳ ଘଂଟ, ସୌନ୍ଦର୍ଯ୍ୟକରଣ ପାଇଁ ୨୮ ଲକ୍ଷ ଟଙ୍କା ମଞ୍ଜୁର

ଘଂଟେଶ୍ୱରୀ ପୀଠରେ ଲାଗିବ ୧୦ ଫୁଟର ବିଶାଳ ଘଂଟ, ସୌନ୍ଦର୍ଯ୍ୟକରଣ ପାଇଁ ୨୮ ଲକ୍ଷ ଟଙ୍କା ମଞ୍ଜୁର

July 14
16:52 2017

ସମ୍ବଲପୁର, ୧୪/୦୭/୨୦୧୭(ଓଡ଼ିଶା ସମାଚାର)- ସମ୍ବଲପୁର ସହର ଠାରୁ ପ୍ରାୟ ୩୦ କିଲୋମିଟର ଦୂର ମହାନଦୀ କୂଳରେ ଥିବା ପ୍ରସିଦ୍ଧ ଘଂଟେଶ୍ୱରୀ ପୀଠରେ ୧୦ ଫୁଟ ଉଚ୍ଚତାର ବିଶାଳ ପିତଳ ଘଂଟି ସ୍ଥାପନ ସହିତ ଅନ୍ୟ କେତେକ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଏଥିପାଇଁ ପ୍ରାଥମିକ କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି । ମହାନଦୀ କୂଳରେ ଥିବା ଏହି ପୀଠ ଇଲାକାର ଶକ୍ତିପୀଠ ଏବଂ ପର୍ଯ୍ୟଟନ ସ୍ଥଳମାନଙ୍କ ମଧ୍ୟରୁ ଅନ୍ୟତମ । କେଉଁ କାଳରୁ ଲୋକେ ଡଙ୍ଗାଯୋଗେ ନଦୀ ପାର ହେଉଥିବା ସମୟରେ ଘଂଟେଶ୍ୱରୀଙ୍କ ପାଖରେ ଘଂଟି ଅର୍ପଣ କରୁଥିଲେ । ଏବେ ମଧ୍ୟ ବିଶ୍ୱାସ ସ୍ୱରୂପ ଏବଂ ମନସ୍କମନା ପୂରଣ ପାଇଁ ରାଜ୍ୟ ଓ ରାଜ୍ୟ ବାହାରର ଶ୍ରଦ୍ଧାଳୁମାନେ ଏହି ପରମ୍ପରା ନିର୍ବାହ କରୁଛନ୍ତି । ହୀରାକୁଦ ନଦୀବନ୍ଧ ପ୍ରକଳ୍ପର ଘଂଟେଶ୍ୱର ପୀଠ ନିକଟରେ ପାୱାର ହାଉସ ରହିଛି । ଚିପିଲିମା ପାଖରେ ଥିବା ଏହି ଶକ୍ତିପୀଠରେ ସୌନ୍ଦର୍ଯ୍ୟକରଣ ଓ ଅନ୍ୟାନ୍ୟ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଖାପାଖି ୨୮ ଲକ୍ଷ ଟଙ୍କାର ପାନ୍ଠି ମଞ୍ଜୁର କରାଯାଇଛି । ଏହି ପାନ୍ଠିରୁ ସେଠାରେ ଶିଶୁମାନଙ୍କ ପାଇଁ ଏକ ଉଦ୍ୟାନ ନିର୍ମାଣ ସହିତ ସେଠାରେ କିଛି ଅବସର ବିନୋଦନ ଉପକରଣ ଖଞ୍ଜାଯିବ । ସେହିଭଳି ଏହି ପାନ୍ଠିରେ ଟାଇଲ ବିଛାଯିବା ସହିତ ସୌନ୍ଦର୍ଯ୍ୟକରଣ ପାଇଁ କିଛି ପ୍ଲାଷ୍ଟରିଂ କାମ, ପାଥୱେ ନିର୍ମାଣ ଏବଂ ସାଜସଜ୍ଜା ପାଇଁ ଲାଇଟ ଲଗାଯିବ । ଏଥିସହିତ ଯାତ୍ରୀମାନଙ୍କ ସୁବିଧା ସକାଶେ କିଛି କାର୍ଯ୍ୟ ହାତକୁ ନିଆଯିବ । ଦୁଇମାସ ମଧ୍ୟରେ ଏହିସବୁ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସର୍ବଶିକ୍ଷା ଅଭିଯାନର ବୈଷୟିକ ବିଭାଗର ଅଧିକାରୀମାନେ ଏହି ଉନ୍ନୟନ କାର୍ଯ୍ୟର ଦେଖାଚାହାଁ କରୁଛନ୍ତି । ଅନ୍ୟପକ୍ଷରେ ଏହି ପୀଠରେ ଦଶଫୁଟ ଉଚ୍ଚତା ବିଶିଷ୍ଟ ଏକ ପିତଳ ଘଂଟି ସ୍ଥାପନ ପାଇଁ ପ୍ରଶାସନ ପକ୍ଷରୁ ଅନ୍ୟ ସ୍ରୋତରୁ ପାନ୍ଠିର ବ୍ୟବସ୍ଥା କରାଯାଇଛି ।
ସେହିଭଳି ଜିଲ୍ଲା ପର୍ଯ୍ୟଟନ ବିଭାଗ ଏଠାରେ ଏକ ଶୋଭନିୟର ସପ୍ ଏବଂ ଯାତ୍ରୀ ବିଶ୍ରାମାଗାର ସ୍ଥାପନ ପାଇଁ ନିଷ୍ପି ନେଇଛି । ଏଠାରେ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ଅଳର ଅନ୍ୟାନ୍ୟ ଲୋଭନୀୟ ସାମଗ୍ରୀ ପ୍ରଦର୍ଶନ କରାଯିବ । ଏହି ଦୁଇ କାର୍ଯ୍ୟ ପାଇଁ ବିଭାଗକୁ ୫୦ ଲକ୍ଷ ଟଙ୍କାର ଏକ ରିପୋର୍ଟ ମଞ୍ଜୁର ପାଇଁ ପଠାଯାଇଛି । ଗତ ୨୦୧୫ରେ ଘଂଟେଶ୍ୱରୀ ପୀଠକୁ ୧୩୩୮୪୨, ୨୦୧୪ରେ ୧୨୨୭୧୪, ୨୦୧୩ରେ ୧୧୭୮୫୬ ଜଣ ପର୍ଯ୍ୟଟକ ଆସିଥିଲେ । ସମଲେଶ୍ୱରୀ ମନ୍ଦିର, ସମ୍ବଲପୁର ସହର, ହୁମା, ମାନେଶ୍ୱର, ହୀରାକୁଦ ଡ୍ୟାମ ସହିତ ଚିପିଲିମାର ଘଂଟେଶ୍ୱରୀ ପୀଠକୁ ରାଜ୍ୟ ଓ ରାଜ୍ୟ ବାହାରର ହଜାର ହଜାର ଦର୍ଶନାର୍ଥୀ ଆସିଥାନ୍ତି । ସେହିଭଳି ଏହି ପୀଠ ପାଖରୁ ମହାନଦୀର ଅପରପାଶ୍ୱର୍ରେ ଥିବା ସମ୍ବଲପୁର – ସୋନପୁର ୧୫ ନମ୍ବର ରାଜ୍ୟ ରାଜପଥର ବିଭିନ୍ନ ଗ୍ରାମ ଦୃଶ୍ୟମାନ ହୋଇଥାଏ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

10 + three =