କୃଷକ ପ୍ରଶିକ୍ଷଣ ଶିବିର 

ଗରଦପୁର, ୨୬/୦୨/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଭଗବାନପୁର ପଂଚାୟତ ଜଇପୁର ଠାରେ ସୌଭାଗ୍ୟ ଫର୍ଟିଲାଇଜର ପକ୍ଷରୁ ଏକ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପାରାଦୀପ ର କୋଅପରେଟିଭ ରୁରାଲ ଡ଼େଭଲପମେଂଟ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ସୌଭାଗ୍ୟ ଫର୍ଟିଲାଇଜର ର ପରିଚାଳକ ସୌଭାଗ୍ୟ ନାୟକ ସଭାପତିତ୍ୱ କରିଥିଲେ । ଏଥିରେ ଜିଲା କୃଷି ବିଭାଗର ଏପିଓ ବୃତିବର ସେଠୀ, ଇଫକୋ କମ୍ପାନୀର ସିଓଆରଡ଼ି କୁଳମଣି ମାଝୀ, ଇଫକୋ କର୍ମଚାରୀ ସଂଘ ସଭାପତି ତୁଷାର ସାମନ୍ତରାୟ, କ୍ଷେତ୍ର ପରିଚାଳକ ଅରୁଣ ବେହେରା , ଅଜୟ କୁମାର ଜେନା , ଜିଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ, ପୂର୍ବତନ ଆତ୍ମା ଅଧ କୀଟନାଶକ ବ୍ୟବହାର ଉପରେ ଆଲୋଚନା କରିଥିଲେ । ଏହାଛଡ଼ା କୃଷକମାନେ କମ ଖର୍ଚ୍ଚରେ ଅଧିକ ଧାନ ସହ ପନି ପରିବା ଅମଳ କରିବା ସହ ସବସିଡ଼ ପାଇବେ , ସେ ନେଇ ଆଲୋଚନା କରିଥିଲେ । ଏହି ଶିବିରରେ ଚାଷୀ ବସନ୍ତଦାସ, ନରେନ୍ଦ୍ର ବରାଳ, ବିଷ୍ଣୁ ଚରଣ ସ୍ୱାଇଁ, ଭ୍ରମର ବର ଲେଙ୍କା, ବାବାଜୀ ସାମଲ ପ୍ରମୁଖ ଶତାଧିକ ଚାଷୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ ।

Leave a Reply

Your email address will not be published. Required fields are marked *