ଓଡ଼ିଶା ସମାଚାର

କଇଥଟିକିରି ଗ୍ରାମରେ କିଡିନୀ ରୋଗର ଆତଙ୍କ, ୧ ମୃତ ୫ରୁ ଉର୍ଦ୍ଧ ଆକ୍ରାନ୍ତ

କଇଥଟିକିରି ଗ୍ରାମରେ କିଡିନୀ ରୋଗର ଆତଙ୍କ, ୧ ମୃତ ୫ରୁ ଉର୍ଦ୍ଧ ଆକ୍ରାନ୍ତ

କଇଥଟିକିରି ଗ୍ରାମରେ କିଡିନୀ ରୋଗର ଆତଙ୍କ, ୧ ମୃତ ୫ରୁ ଉର୍ଦ୍ଧ ଆକ୍ରାନ୍ତ
July 13
07:47 2017

ହରିଚନ୍ଦନପୁର, ୧୩/୦୭/୨୦୧୭(ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରାସୋଳ ପଂଚାୟତ କଇଥଟିକିରି ଗ୍ରାମରେ ଏବେ କିଡିନୀ ରୋଗ ବ୍ୟାପିବାକୁ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଏହି ରୋଗରେ ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଉର୍ଦ୍ଧ ଏବେ ଆକ୍ରାନ୍ତ ହୋଇ ଦୁର୍ଦିନରେ କାଳ କାଟୁଛନ୍ତି । ରୋଗର କାରଣ ପାଣି ପାଇଁ ବ୍ୟାପୁଥିବା ସନ୍ଦେହ କରା ଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିକାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଘଟଣା ଗ୍ରାମବାସୀଙ୍କୁ ବ୍ୟଥିତ କରି ପକାଇଛି । ଅନ୍ୟ ପଟେ ଗାଁ ନିକଟରେ ବହି ଯାଇଥିବା କୁଶେଇ ନଦୀରେ ଟାଟା ଫ୍ଲାଂଟର ଦୂଷିତ ପାଣି ମିଶୁଥିବା ପାଣିକୁ ବ୍ୟବହାର କରିବା ଦ୍ୱାରା ଏହି ରୋଗ ବ୍ୟାପୁଥିବା ଏପଟେ ସ୍ୱାସ୍ଥ୍ୟ ବିଭାଗ ସନ୍ଦେହ ପ୍ରକାଶ କରିଛି । ଖୁବ ଶ୍ରୀଘ୍ର ପାଣିକୁ ଉଚ୍ଚସ୍ତରୀୟ ଯାଂଚ କରାଯିବା ସହ ପାଣି ଯଦି ଦୁଷିତ ହୋଇଥିବ ତେବେ କମ୍ପାନୀ ପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ଯିବ ବୋଲି ବିଭାଗ ପ୍ରତିଶୃତି ଦେଇଛନ୍ତି । ଖବରରୁ ପ୍ରକାଶଯେ, କଇଥଟିକିରି ଗ୍ରାମରେ ଦିନକୁ ଦିନ କିଡିନୀ ରୋଗ ବ୍ୟାପିବାରେ ଲାଗିଥିବାରୁ ଲୋକଙ୍କ ମଧ୍ୟରେ ଏକ ପ୍ରକାରର କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଦୁରାବ୍ୟାଧି ରୋଗରେ ଗତମାସରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଗ୍ରାମରେ ୫ ଜଣରୁ ଉର୍ଦ୍ଧ ଆକ୍ରାନ୍ତ ରହିଛନ୍ତି । ଚିକିସôା କରୁଥିବା ଡାକ୍ତର ମାନେ କହୁଛନ୍ତି ପିଉଥିବା ପାଣିର କାରଣରୁ ରୋଗ ବ୍ୟାପୁଛି ବୋଲି ଆକ୍ରାନ୍ତରେ ରହିଥିବା କୁଳମଣି ପାତ୍ର, କବି ପାତ୍ର, ସତ୍ୟାନନ୍ଦ ପାତ୍ର, ରବି ପାତ୍ର, କେଶବ ପାତ୍ର ଜଣାଇଛନ୍ତି । ତେବେ ଗାଁ ନିକଟ ଦେଇ ଯାଉଥିବା କୁଶେଇ ନଦୀ ଉପର ମୁଣ୍ଡରେ ଏକ କଂମ୍ପାନୀର ଦୂଷିତ ପାଣି ମିଶୁଥିବା ବେଳେ ଏହି ପାଣି ବ୍ୟବହାର କରି ଗ୍ରାମବାସୀ ରୋଗାକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆର୍ଥôକ ଆନାଟନରେ ଗତି କରୁଥିବା ଗରିବ ଆଦିବାସୀ ହରିଜନ ଗ୍ରାମବାସୀ ମାନେ କିଡିନୀ ପରି ଭୟଙ୍କର ରୋଗର ଉପଚାର ପାଇଁ ଆବଶ୍ୟକ ଅର୍ଥ ଯୋଗାଡ କରିବାରେ ଅସମର୍ଥ ପ୍ରକାଶ କରିଥିବା ବେଳେ ସରକାରୀ ସାହାଯ୍ୟକୁ ଅନାଇ ବସିଛନ୍ତି । ଏଥି ସହିତ ପାଣି ଯାଂଚକରି ଏହାର ପ୍ରତିକାର ପାଇଁ ବହୁବାର ଗ୍ରାମଲୋକେ ପ୍ରଶାସନକୁ ନିବେଦନ କରିଥିଲେ ମଧ୍ୟ ଅଭିଯୋଗ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଲୋକମାନଙ୍କୁ ବ୍ୟଥିତ କରିଛି । ଅନ୍ୟ ପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ କମ୍ପାନୀର ଦୁଷିତ ପାଣି ରୋଗର କାରଣ ବୋଲି ସନ୍ଦେହ କରୁଛି । ତେବେ ଏନେଇ ଆମେ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ ଘଟଣା ବିଷୟରେ ପଚାରିବାରୁ ମୁଁ ଘଟଣା ବିଷୟରେ ଅବଗତ ଅଛି , ଖୁବ ଶ୍ରୀଘ୍ର ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ହରିଚନ୍ଦନପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁରେନ୍ଦ୍ରନାଥ ସିଂ ଆମକୁ ପ୍ରତିଶୃତି ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କମ୍ପାନୀ ଏହି ଅଂଚଳରେ ଫ୍ଲାଂଟ ଦ୍ୱାରା ବର୍ଷତମାମକୋଟି କୋଟିଟଙ୍କା ଆୟ କରୁଥିବା ବେଳେ ପରିବେଶ ପ୍ରତି ଧ୍ୟାନ ନଦେଇ ଆଖ ପାଖ ଅଂଚଳର ବାସିନ୍ଦାଙ୍କ ଜୀବନ ସହ ଖେଳ ଖେଳୁଥିବା ବେଳେ ଘଟଣାକୁ ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗାଇବା ନିହାତି ଆବଶ୍ୟକ ହୋଇ ପଡିଛି । ଅନ୍ୟଥା ଅଂଚଳର ଲୋକେ କମ୍ପାନୀ ବିରୁଦ୍ଧରେ ଗଣଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାରHarichandanpur 2Harichandanpur 1

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

three − one =