ସାଙ୍ଗାନା ହାଇସ୍କୁଲ୍ ଠାରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ଲକ୍ଷ୍ମୀପୁର, ୨୨/୧୧/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା) -କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସାଙ୍ଗାନା ହାଇସ୍କୁଲ୍ ଠାରେ ଆଜି ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ସଭାପତିତ୍ବରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇ ଯୋଗ ଦେଇ ବିଦ୍ୟାଳୟ ରେ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ ତଥା ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଅଭିଭାବକ ଓ ଶିକ୍ଷକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା ଯୋଗ ଦେଇ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଣ୍ଡଳ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ଶତ ପ୍ରତିଶତ କରିବାକୁ ଅଭିଭାବକ ମାନଙ୍କୁ ଅବଗତ  କରିଥିଲେ। ପୁରାତନ ଛାତ୍ର ମାଧବ କର୍କରା, ଇନ୍ଦ୍ରଜିତ ସାହୁ , ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟା କାମି ମାଣ୍ଡିଙ୍ଗା ,ଅଭିଭାବକ ମଣ୍ଟୀ ଖରା ପ୍ରମୁଖ ଛାତ୍ର ଛାତ୍ରୀଙ୍କ ସୁବିଧା ଅସୁବିଧା ବିଷୟରେ ଟିକିନିଖି ଭାବେ ବୁଝାଇଥିଲେ।୧୫୦ ରୁ ଉର୍ଦ୍ଧ୍ଵ ଅଭିଭାବକ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ଶିକ୍ଷକ ସପନ କୁମାର ଦିକ୍ଷୀତ ସମେଟିଭ -୧ ପରୀକ୍ଷା ଫଳର ବିଶ୍ଳେଷଣ କରିଥିଲେ।ଶିକ୍ଷକ ସୁକାନ୍ତ କୁମାର ଯାଦବ, କସ୍ତୁରୀ ଶବର,ମାଧୁରୀ ଲେଙ୍କା, ଜେଷ୍ନା ପଣ୍ଡା, ପ୍ରିୟଙ୍କା ବିଶୋଇ, ମମତା ମହାନ୍ତି ଓ ରୋଜାଲିନ ସ୍ବାଇଁ ପ୍ରମୁଖ ଅଭିଭାବକ ମାନଙ୍କ ସହ ପରୀକ୍ଷା ଫଳର ସମୀକ୍ଷା କରିବା ସହ ବିଷୟ ଭିତ୍ତିକ ଆଲୋଚନା କରିଥିଲେ।ଉକ୍ତ ସମ୍ମିଳନୀ ସକାଳ ୧୦ ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହୋଇଥିଲା ।

ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।  ଶିକ୍ଷକ ଶଙ୍କର ଗୁଡ଼ୁମ୍ବାକା ଧନ୍ୟବାଦ ଅର୍ପଣ କରିଥିଲେ। ସଂଯୁକ୍ତା ତୁରୁକ, ନୂତନ ଚେଟ୍ଟୀ, ବଜନ୍ତି ମିଣ୍ୟକା, ରାଜଶ୍ରୀ ମହାରଣା ସଭା ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *