ଗ୍ରାମବାସୀ ଗୋଡାଇବାରୁ ଛତ୍ରଭଙ୍ଗ ଦେଲେ ମାଟି ମାଫିଆ, କ୍ଷତିପୂରଣ ଦାବି

କଟକ ସଦର ,୨୨/୦୨/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ କୋଟୁଆଁ ଗ୍ରାମର ଶତାଧିକ ଗ୍ରାମବାସୀ ତାଳଦଣ୍ଡା କେନାଲ ବନ୍ଧ କଡରେ ଥିବା ଚିରକାଳ ୨୬ ଏକର ଜମିକୁ କେଉଁ ଅନାଦି କାଳରୁ ଲଇଜ୍ ସୂତ୍ରରେ ନେଇ ଚାଷ କରିଆସୁଛନ୍ତି। ହେଲେ ଗତକାଲି ବୁଧବାର ବିଳମ୍ୱିତ ରାତିରେ ଉକ୍ତ ଜମିକୁ ବେଆଇନ ଭାବେ ଜେସିଵି ସାହାଯ୍ୟରେ ତାଡି ଟ୍ରାକ୍ଟର ମାନଙ୍କରେ ମାଟି ପରିବହନ ହେଉଥିବା ଖଵର ପାଇ ଗ୍ରାମବାସୀମାନେ ଗୋଡେଇ ଥିଲେ। ଏଥିପାଇଁ ମାଟି ମାଫିଆମାନେ ଭୟଭୀତ ହୋଇ ଜେସିଵି ଓ ଟ୍ରାକ୍ଟର ସବୁକୁ ନେଇ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି। ମୁଗ କିଆରୀ ସହ ଜମି ସଵୁ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ଜୋର ଧରିଛି।ଏହାର ତଦନ୍ତ କରି ମାଟି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ନଦିଆଗଲେ ବାଧ୍ୟହୋଇ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଲକ୍ଷ୍ମଣ ଭୋଇ, ବିଦ୍ୟାଧର ପଣ୍ଡା,ଅତୁଲ କୁମାର ପଣ୍ଡା, ସୁକାନ୍ତ ପଲେଇ,ଗୋଲେଖ ଭୋଇ, ପ୍ରଶାନ୍ତ ଭୋଇ, ମଦନମୋହନ ପଣ୍ଡା, ହୃଷିକେଶ ଭୋଇ, ଗିରିଧାରୀ ଭୋଇ ପ୍ରମୁଖ ଚାଷୀମାନେ ସାମ୍ବାଦିକ ମାନଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *