ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ସମ୍ବର୍ଦ୍ଧନା ସମାରୋହ, ଯାଜପୁର

ଯାଜପୁର, ୨୧/୦୨/୨୦୨୪ (ଓଡ଼ିଶା ସମାଚାର)- ବୁଧବାର ଦିନ ଯାଜପୁର ବ୍ଲକ ଅନ୍ତର୍ଗତ ସୁଦର୍ଶନ ପାଢୀ ଉଚ୍ଚ ବିଦ୍ୟାଳୟ, ଚଇନପୁର ଠାରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ସମ୍ବର୍ଦ୍ଧନା ସଭା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ଡାଃ ଶୁଭଂକର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ , ନବକୃଷ୍ଣ ଜେନା ଯୋଗ ଦେଇ ସରକାରଙ୍କର ଦ୍ଵାରା କରାଯାଇଥିବା ଅଭିନବ ପ୍ରୟାସ ଯାହାକି ଭାରତରେ ଅଦ୍ଵିତୀୟ । ପିଲାମାନଙ୍କୁ ନିଜର ପରିବାରର ନାମ ତଥା ନିଜର ନାମ କୁ ଗୌରବାନ୍ଵିତ କରିବା ପାଇଁ ଉପଦେଶ ଦେଇଥିଲେ । ଉକ୍ତ ଉତ୍ସବରେ ଜିଲ୍ଲା ର ମେଧାବୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଜିଲ୍ଲା ସ୍ତରରେ ୧୫୮, ମଣ୍ଡଳ ସ୍ତରରେ ୧୦୧୦, ନେତୃତ୍ୟ ବିକାଶ ଅନ୍ଵେଷଣ ପ୍ରତିଭାରେ ୮୧୮ ଜଣ, ମାଧ୍ୟମିକ ପ୍ରଧାନ ଶିକ୍ଷକ ୩୦, ପ୍ରାଥମିକ ପ୍ରଧାନ ଶିକ୍ଷକ ୩୦, ପ୍ରାଥମିକ ଶିକ୍ଷକ ୧୦, ପ୍ରଧାନ ଶିକ୍ଷକ, ମାଧ୍ୟମିକ ୧୦, ପ୍ରଧାନ ଶିକ୍ଷକ ୧୦, ପ୍ରାଥମିକ ୧୦, ଆଲୁମିନି ୧୦, ବିଦ୍ୟାଳୟ ପରିଚାଳନା କମିଟି ୧୦, ଗ୍ରାମ ପଞ୍ଚାୟତ ୧୦, ଏହି ପରି ମୋଟ ୨୦୯୬ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସବରେ ସମ୍ପୃକ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ୟ୍ୟକ୍ରମ କରାଯାଇଥିଲା। ସ୍ଵାଗତସଙ୍ଗୀତ ପରେ ପରେ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ, ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ମୋ ସ୍କୁଲ ସଂଯୋଜକ, ରାଜେନ୍ଦ୍ର କୁମାର ଶତପଥୀ ଅତିଥି ପରିଚୟ କରିଥିବାବେଳେ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତ ପାଣି, ସ୍ଵାଗତ ଭାଷଣ ସହିତ ବିଭିନ୍ନ ପୁରସ୍କାର ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିବା ସଙ୍ଗେସଙ୍ଗେ ପୁରସ୍କୃତ ଛାତ୍ର ଛାତ୍ରୀ ମାନଙ୍କର ଉତରୋତର ଉନ୍ନତି କାମନା ସହିତ ଆଗାମୀ ଜୀବନ ପାଇଁ ପ୍ରେରଣାଦାୟି ଉଦବୋଧନ ଦେଇଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବ୍ୟାସନଗର ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶିବ ଶଙ୍କର ମାଝୀ ଯୋଗଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୃତିବାସ ବାରିକ, ଶ୍ରୀଯୁକ୍ତ ଶଶିଧର ସିଂହ , ଶ୍ରୀଯୁକ୍ତ ରାଜେଶ କୁମାର ସ୍ଵାଇଁ ଯୋଗଦାନ କରିଥିଲେ । ଏହି ଊତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ମୋ ସ୍କୁଲର ସମସ୍ତ ମଣ୍ଡଳ ସଂଯୋଜକ, ଶାରୀରିକ ଶିକ୍ଷା ନିରିକ୍ଷକ , ଶ୍ରୀଯୁକ୍ତ ଶମ୍ଭୁନାଥ ଦାସ, ଜିଲ୍ଲା ବିଜ୍ଞାନ ପରିଦର୍ଶକ କୁମରସେନ ସେନାପତି ବହୁମୂଲ୍ୟ ସମୟ ଦେଇ ସହଯୋଗ କରିଥିଲେ । ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ କାଯ୍ୟାଳୟର ସମସ୍ତ କର୍ମଚାରୀ ଓ ସୁଦର୍ଶନ ପାଢୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଶିଧର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *