ବିଜେପି ପକ୍ଷରୁ ଗରଦପୁର ବ୍ଲକ୍ ଘେରାଉ 

ଗରଦପୁର, ୨୧/୧୧/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ବିଜେପି ର ଆହ୍ୱାନ କ୍ରମେ ଓଡ଼ିଶା ର ଜନ ବିରୋଧି ବିଜେଡ଼ି ଶାସନ ରେ ଅସ୍ତ ବ୍ୟସ୍ତ ଓଡ଼ିଶା ର ଜନ ସାଧାରଣ । ଦୁର୍ନିତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ରେ ରାଜ୍ୟ ବାସୀ ଅତିଷ୍ଟ ଥିବା ପ୍ରତିବାଦରେ ଆଜି ପାଟକୁରା ବିଜେପି ପକ୍ଷରୁ ଗରଦପୁର ବ୍ଲକ୍ ଘେରାଉ କରାଯାଇଥିଲା । ଜିଲା ବିଜେପି କାର୍ଯ୍ୟକାରଣୀ ସଦସ୍ୟ ବିଜୟ ନାୟକଙ୍କ ସଭାପତିତ୍ୱରେ ରାରଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ା ଓ ରାଜ୍ୟ ବିଜେପି ପ୍ରବକ୍ତା ଓ ସାମାଜିକ ଗଣ ମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକଙ୍କ ତେତୃତ୍ୱରେ ବିଜେପି କର୍ମୀମାନେ ଏକଜୁଟ ହୋଇ ବ୍ଲକ୍ ଘେରାଉ କରିବା ସହ ବ୍ଲକ୍ କାର୍ଯ୍ୟାଳୟ ଭିତରକୁ ଧସେଇ ପସିଥିଲେ ।  ତେବେ ଏହି କାର୍ଯ୍ୟକ୍ରମରେ ଉଭୟ ବିଜେପି ନେତା ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ବ୍ଲକ୍ ରେ ମନରେଗା, ରାସନ କାର୍ଡ଼ , ଭତା, ପାଇଖାନା ସହ ମିଶନ ଶକ୍ତି ଦ୍ୱାରା ସଦ୍ୟ ନିଯୁକ୍ତି ହୋଇଥିବା ବ୍ୟାଙ୍କ ମିତ୍ର ସିଆରପି ନିଯୁକ୍ତି ରେ ବ୍ୟାପକ ଅନିୟମିତତା ଓ ଦୁର୍ନିତି ହୋଇଛି ବୋଲି ଅଭିଯୋଗ କରିବା ସହିତ ପାଟକୁରା ରେ ମା ଓ ପୁଅଙ୍କ ରାଜନୀତି ଚାଲିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ଏହାଛଡ଼ା ମୋଦି ସରକାର ରାଜ୍ୟ କୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ ହେଁ ରାଜ୍ୟ ରେ ଥିବା ନବୀନ ସରକାର ଏହି ଟଙ୍କାକୁ ବିକାଶ ନାମରେ ଲୁଟ କରି ବିନାଶ କରୀ ଚାଲିଛନ୍ତି ବୋଲି ଆକ୍ଷେପ କରିଥିଲେ । ଏଥି ସହ ରାଜ୍ୟରେ ମମିତା, ପରୀ, ବେବିନା ଓ ଇତିଶ୍ରୀ ପରି ମହିଳାଙ୍କ ଉପରେ ବ୍ୟଭିଚାର ହୋଇଥିଲେ ମଧ୍ୟ ନବୀନ ପଟ୍ଟନାୟକ ନିଜର ମନ୍ତ୍ରୀ ଓ ବିଧାୟକଙ୍କ ଉପରେ କୈଣସି ପଦକ୍ଷେପ ନେଉନାହାନ୍ତି ବୋଲି ଆରୋପ ଲଗାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ବିକ୍ରମ ରାଉତରାୟ, ଅଂଜନ କୁମାର  ଦେବତା,ଚିତରଂଜନ ଚୌଧୁରୀ, ବିଭୁତି ପରିଡ଼ା, ଶ୍ରୀକାନ୍ତ ସେନାପତି, ଗୋକୁଳାନନ୍ଦ ବେହେରା, ସମ୍ପାଦିକା ଲକ୍ଷ୍ମିପ୍ରିୟା ପତି , ସବିତା ପାଣି, ପଦ୍ମିନୀ ସେଠୀ , ପାର୍ବତି ସ୍ୱାଇଁ ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *