ତିନିଟି ଆର୍ ଡି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଵିଧାୟକ

କଟକ ସଦର , ୨୧/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକର ତିନୋଟି ଆର୍ ଡି (ଗ୍ରାମ୍ୟ ଉନ୍ନୟନ)ବିଭାଗର ରାସ୍ତାର ନବୀକରଣ କାର୍ଯ୍ୟ ପାଇଁ ଆଜି ବୁଧବାର ଦିନ କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରା ଓ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେଥିମଧ୍ୟରୁ ୩ କୋଟି,୯୪ ଲକ୍ଷ,୬୪ ହଜାର ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ସିଦ୍ଧେଶ୍ୱରପୁର-ପାରାଵିଲ୍ ୪ କିମି ରାସ୍ତା,୪ କୋଟି ୬୫ ଲକ୍ଷ,୧୭ ହଜାର ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଦଣ୍ଡୁଆସିପଡା-ଚାଞ୍ଚପଡା ୫ କିମି ରାସ୍ତା,୨ କୋଟି ୪୬ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ତଅଁରପା-ନୁଆକୋରୁଆ ୩.୩ କିମି ରାସ୍ତା ରହିଛି।

ଏହି ଉପଲକ୍ଷେ ପାରାଵିଲ୍ ଠାରେ ଆୟୋଜିତ ସଭାରେ ଵିଧାୟକ ଚନ୍ଦ୍ର ସାରଥି ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ସମେତ ବ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, କଟକ ଜିଲ୍ଲା ବିଜେଡ଼ି ଉପସଭାପତି ସମର ବେହେରା, ସଦର ଆତ୍ମା ସଭାପତି ରଜନୀ କାନ୍ତ ସାହୁ, ଵିଧାୟକଙ୍କ ବ୍ଲକ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା,ମିଶନ ଶକ୍ତି ସଂଯୋଜକ ଶରତ ରାୟ,,ସଦର ଯୁବ ଵିଜେଡି ସଭାପତି ହିମାଂଶୁ ଦାସ, ବ୍ଲକ ଯୁବ ଵିଜେଡି ସଭାପତି ନିରଂଜନ ବେହେରା, ଧରିଣା ସରପଂଚ ରତ୍ନାକର ରାଉତ, ସମିତିସଭ୍ୟା ସସ୍ମିତା ଦାଶ, କନ୍ଦରପୁର ସରପଂଚ ସୁଭାଷିନୀ ରାଉତ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଚୈ।ଧୁରୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମ କମିଟି ସଭାପତି ଧରଣୀଧର ବେହେରା, କାର୍ଯ୍ୟକାରୀ ସଭାପତି ଗୋକୁଳାନନ୍ଦ ବୈଶାଖ, ଉପସଭାପତି ଜୟରାମ ପରିଡ଼ା, ସାଧାରଣ ସଂପାଦକ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ବାଡି, ରମେଶ ଚନ୍ଦ୍ର ସତପଥି, ବିଶ୍ୱଜିତ ସତପଥି ପ୍ରମୁଖ ସହାୟତା କରିଥିଲେ। ଦୀର୍ଘ ଦିନର ଦାବିକୁ ଵିଧାୟକଙ୍କ ଆନ୍ତରିକ ଉଦ୍ୟମ ଫଳରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଥିବାରୁ ପାରାଵିଲ୍ ଗ୍ରାମ କମିଟି ପକ୍ଷରୁ ସାଧାରଣ ସଂପାଦକ ବିଷ୍ଣୁ ବେହେରା ଉଭୟଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ। ଶେଷରେ ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ପ୍ରଧାନ (ବୁଦ୍ଧିଆ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *