ଦୁଇ ଲୁଟେରା ଓ ଜଣେ କ୍ରେତା ଗିରଫ  ।

କଟକ, ୧୮/୦୨/୨୦୨୪ (ଓଡ଼ିଶା ସମାଚାର/ଦେବାଶିଷ ରଥ)-  ଗତ ୧୫ ତାରିଖ ଦିନ ଜଣେ ମହିଳା ରାତି ୯ ଟା ସମୟରେ ଦୋଳମୁଣ୍ଡାଇ ରୁ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ଗୋଟେ ପଲ୍ଲସର ବାଇକରେ ଆସି ତାଙ୍କ ପାଖରୁ ସୁନା ଚେନ ଛଡେଇକି ନେଇଥିଲେ । ଏ ନେଇ ମହିଳା ଜଣଙ୍କ ପୁରୀଘାଟ ଥାନରେ ଏକ ଏତେଲା କରିଥିଲେ । ପରେ ଏତେଲାକୁ ଆଧାର କରି ପୁରୀଘାଟ ଆଇଆଇସି ଏବଂ ତାଙ୍କ ଟିମ ଅପରାଧ କରିଥିବା ୨ ଅପରାଧୀଙ୍କୁ ଠାବ କରି ଗିରଫ କରିଛି ।  ଗିରଫ ଦୁଇ ଜଣ ଅପରାଧୀ ଯାଜପୁର ଜିଲ୍ଲାର ।  ସେମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ  । ତାଙ୍କ ନାମରେ ଆଗରୁ ବିଭିନ୍ନ ରାଜ୍ୟରେ ଅପରାଧରେ ସମ୍ପୃକ୍ତି ଅଛି ।  ସେମାନଙ୍କ ପାଖରୁ ପୋଲିସ ୨ଟି ସୁନା ଚେନ ଏବଂ ଏକ ବାଇକ ଜବତ କରିଛି । ଅଧିକ ତଦନ୍ତ ସମୟରେ ଦୁଇ ଅପରାଧୀ ଯାହାକୁ ଏ ସୁନା ଚେନ ବିକ୍ରି କରିଥିଲେ ସେ ଦୋକାନୀଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ଏଡିସନାଲ ଡିସିପି ଅନିଲ ମିଶ୍ର କହିଛନ୍ତି ।

 

Leave a Reply

Your email address will not be published. Required fields are marked *