‘ଜୟ ଜଗନ୍ନାଥ ମହୋତ୍ସବ’କଳସ ଯାତ୍ରାରେ ଗାଁ ଦୁଲୁକିଲା : ଆଚମ୍ବିତ କଲା ପାଇକ ଆଖଡା

ଯାଜପୁର,୧୫/୦୨/୨୦୨୪ (ଓଡ଼ିଶା ସମାଚାର)-ସମସ୍ତ ପ୍ରକାର ଭେଦଭାବ ଭୁଲି ଯାଇ ସମସ୍ତେ ନାଚୁଥିଲେ । ସତେଯେମିତି ଭଗବାନଙ୍କସହ ଭକ୍ତ ଏଳାକାର ହୋଇ ଯାଇଥିଲେ । ପ୍ରାୟ ଏକ କିଲୋମିଟର ବ୍ୟାପୀ ଶୋଭାଯାତ୍ରାରେ ସାମିଲ ହୋଇଥିବା ସାଂସ୍କୃତିକ ଦଳ ଏବଂ ସଂକୀର୍ତନରେ ଗାଁ ପ୍ରକମ୍ପିତ ହୋଇଥିଲା ।ଏହା ମଧ୍ୟରେ ଥିବା ପାଇକ ଆଖଡା ଦର୍ଶକ ମହଲଙ୍କୁ ଆଚମ୍ବିତ କରିଥିଲା । ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତ ଭୁବନପୁର ଗ୍ରାମରେ ଅନୁଷ୍ଠିତ ହେଉଥିବା ଜୟ ଜଗନ୍ନାଥ ମହୋସôବରକଳସ ଯାତ୍ରାରେଏହି ଦୃଶ୍ୟ ଦେଖିବାକୁମିଳିଥିଲା ।

               ଏଠାରେଶ୍ରୀଶ୍ରୀରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତହେଉଥିବା ଜୟ ଜଗନ୍ନାଥ ମହୋତ୍ସରେ ବୁଧବାର ଠାରୁ ଆରମ୍ଭ ହୋଇଛି । ବୁଧବାର ସକାଳ ୭ ଟାରେ ମହାସମାରୋହରେ କଳସଯାତ୍ରା ଅନୁଷ୍ଠିତ ହୋଇଛି ।କଳସଯାତ୍ରାରେ ବିଭିନ୍ନ ସ୍ଥାନର ସଂକୀର୍ତନ ମଣ୍ଡଳୀ ଯୋଗଦେଇ ସଂକୀର୍ତନ କରିଥିଲେ ।ଏହାସହ ଢେଙ୍କାନାଳର ଗୋପାଳ ଲଉଡି ଖେଳ, କେରାପୁଟର କାଠିନାଚ, ଚିଲିକାର ପାଇକ ଆଖଡା ସହ ରାଜ୍ୟର ବିଭିନ୍ନ ସ୍ଥାନର ସୁନାମଧନ୍ୟ ବାଦ୍ୟଯନ୍ତ୍ର ସାମିଲ ହୋଇଥିଲେ ।ପାଇକ ଆଖଡାର ନିଆଁଖେଳ, ମାଙ୍କଡା ପଥର ଭଙ୍ଗା, ବିଭିନ୍ନ ପ୍ରକାର ପାଇକ ଖେଳ ଦୃଶ୍ୟକୁ ଶହଶହ ସଂଖ୍ୟାରେ ଲୋକେ କଳସ ଯାତ୍ରାରେ ପ୍ରାୟ ୨ ଘଂଟା ଧରି ଦେଖିଥିଲେ । ଏଥିରେ ଉଭୟ ପୁଅ ଏବଂ ଝିଅ ମାନେ ଅତ୍ୟନ୍ତ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତିକୁ ନେଇ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବରେ ତିନିଦିନ ଧରି ଅନୁଷ୍ଠିତ ହୋଇଥାଏ ।ଭାବ ଓ ଭକ୍ତିର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଜୟ ଜଗନ୍ନାଥ ମହୋତ୍ସବରେ ତିନିଦିନ ଧରି ଯଜ୍ଞ, ମଂଚରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭକ୍ତମାନେ ସର୍ବଦା ପ୍ରସାଦ ସେବନ କରିଥାନ୍ତି ।ଏଠାରେ ପୂଜା ପାଉଥିବା ଆରାଧ୍ୟ ଦେବ ଶ୍ରୀଶ୍ରୀ ରାଧାକୃଷ୍ଣ ମହାପ୍ରଭୂ ପ୍ରତ୍ୟକ୍ଷ ଠାକୁର ବୋଲି ଭକ୍ତମହଲରେ ବିଶ୍ୱାସ ରହିଛି ।ପରେ ଗାୟକ ଶ୍ରୀ ବିଜୟ ଓଝା ଓ ସାଥୀ ମାନଙ୍କ ତରଫରୁ ପାଲା ପରିବେଷଣ କରାଯାଇଛି ।ପଣ୍ଡିତ ଦାମୋଦର ରଥଶର୍ମା, ପବିତ୍ର ଦାଶ, ସୁଶାନ୍ତ ପାଢୀ, ଅଭିଳାଶ ମିଶ୍ର, ପ୍ରମୋଦ ପଣ୍ଡା ପ୍ରମୁଖ ପଣ୍ଡିତମାନେ ଯଜ୍ଞ ପରିଚାଳନା କରିବାସହ ବେଦପାଠ କରିଥିଲେ ।ସଂଧ୍ୟା ଅଳତୀରେ ବହୁସଂଖ୍ୟାରେ ଭକ୍ତ ମହାପ୍ରଭୂଙ୍କ ଦର୍ଶନ କରି ବିଭୂକୃପା ହାସଲ କରିଥିଲେ ।୧୫ ଫେବୃୟାରୀ ସଂଧ୍ୟାରେ ମଂଚରେ ପାଇକ ଆଖଡାଏବଂରାମଲୀଳା ଅନୁଷ୍ଠିତହେବ ।୧୬ ତାରିଖ ସଂଧ୍ୟାରେ ଓଡିଶୀ, ଗୋଟିପୁଅ ସମେତ ଘୁମୁରା ଆଦି ନୃତ୍ୟ ସହ ପ୍ରସିଦ୍ଧ ଭଜନ ଗାୟକ ସୁବାଷ ଦାଶଙ୍କ ସମେତ ବହୁ ସୁନାମଧନ୍ୟ ଭଜନ ଗାୟକଙ୍କ ଦ୍ୱାରାଭଜନ ସମାରୋହ ଅନୁଷ୍ଠିତହେବ ।ପ୍ରକାଶ ଥାଉକି ଏଠାରେ ପୂଜା ପାଉଥିବା ମହାପ୍ରଭୂ ରାଧାକୃଷ୍ଣଙ୍କର ମହାତ୍ମ୍ୟ ନେଇ ଭକ୍ତ ମହଲରେ ଦୃଢ ବିଶ୍ୱାସ ରହିଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ପରିଚାଳନା କମିଟି ତରଫରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *