Breaking News : ସଡ଼କ ଦୂର୍ଘଟଣାରେ ୪ ମୃତ, ୯ ଗୁରୁତର ଆହତ

ଝାରସୁଗୁଡ଼ା,୧୧/୦୨/୨୦୨୪ (ଓଡ଼ିଶା ସମାଚାର)-ଝାରସୁଗୁଡ଼ା ଜିଲା ଲଖନପୁର ଥାନା ଅନ୍ତର୍ଗତ ଜୁନିୟନ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ଘଟି ୪ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଏକ ଟାଟା ମ୍ୟାଜିକ କୁ ଧକା ଦେବା ଫଳରେ ୪ ଜଚ୍ଚଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୃତକମାନଙ୍କ ପରିଚୟ ବର୍ତମାନ ସୁଦ୍ଧା ମିଳିପାରିନାହିଁ । ଦୂର୍ଘଟଣା ପରେ ସେଠାରେ ଝତେଜନା ପ୍ରକାଶ ପାଇଛି । କ୍ଷତି ପୁରଣ ଦାବି କରି ସ୍ଥାନୀୟ ଉତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । କିଛି ଅଘଟଣ ଆଶଙ୍କାରେ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

Leave a Reply

Your email address will not be published. Required fields are marked *