ଡି ଜେ ଗାଡି ଲାଗି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲା: ଦୀର୍ଘ ସମୟ ବିଦ୍ୟୁତ୍ ସେବା ବନ୍ଦ

ନିରାକାରପୁର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର‌ ମଙ୍ଗଳା ବଜାର ରାସ୍ତାରେ ଏକ ଡି ଜେ ଗାଡି ଲାଗି ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିବା ଜଣାପଡିଛି। ସୂଚନା ଯୋଗ୍ୟ କି ଗୋଟିଏ ଶୋଭାଯାତ୍ରା ପାଇଁ ଡି ଜେ ଗାଡି ପାଣ୍ଡବପାଟଣା ଛକ ଆଡ଼କୁ  ଅପରାହ୍ନ ୫ ଟା ବେଳେ ଯାଉଥିବାବେଳେ ମଙ୍ଗଳା ବଜାର ଶେଷ ଭାଗରେ ବିଦ୍ୟୁତ୍ ତାର ରେ ଡି ଜେ ଗାଡି ଲାଗିଯାଇଥିଲା। ଫଳରେ ତାର ଭିଡ଼ି ହୋଇ ଖୁଣ୍ଟ ଭାଙ୍ଗିଯିବା ଫଳରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ରହିଥିଲା।

Leave a Reply

Your email address will not be published. Required fields are marked *