ସରିଲା ଏକାମ୍ର ଉତ୍ସବ –  ଶେଷ ଦିନରେ ଅସମ୍ଭାଳ ଭିଡ଼ – ସନ୍ଧ୍ୟାରେ ଯୁବିନ୍ ମାହୋଲ

ଭୁବନେଶ୍ୱର,୦୯/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସଂସ୍କୃତିକୁ ନେଇ ଆରମ୍ଭ ହୋଇଥିବା ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରୀପ୍ରେକ୍ଷୀରେ ଏଥର ଏକାମ୍ର ଉତ୍ସବରେ ଏକାଧିକ କାର୍ଯ୍ୟକ୍ରମ ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟକୁ ନେଇ ହୋଇଥିଲା। ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବରେ ରାଜଧାନୀ ପାଲଟିଥିଲା ଆକର୍ଷଣର କେନ୍ଦ୍ର ବିନ୍ଦୁ । ଆକର୍ଷଣୀୟ ସାଜସଜ୍ଜା ସହ ପ୍ରଦର୍ଶନୀ ପଡ଼ିଆରେ ଲୋକଙ୍କ ମନୋରଞ୍ଜନ ପାଇଁ ସଙ୍ଗୀତର ମୂର୍ଚ୍ଛନା ସନ୍ଧ୍ୟା ସହ ଭୁବନେଶ୍ଵର କାହାଣୀ ଉତ୍ସବ, ଆମ ବ୍ୟଞ୍ଜନ, ଏକାମ୍ର ୱାକ୍ସ, ଏକାମ୍ର ରାତ୍ରି ଫ୍ଲୀ ମାର୍କେଟ ଆୟୋଜନ କରାଯାଇଥିଲା। ଶେଷ ସନ୍ଧ୍ୟାରେ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଯୁବିନ ନୌଟେଲଙ୍କ ଲାଇଭ ପ୍ରଦର୍ଶନ ରହିଥିଲା। ଯାହାକୁ ଦେଖିବାକୁ ଶ୍ରୋତାଙ୍କ ଭିଡ଼ ବେଶ୍ ଜମିଛି। ତୁମେ ଚାହିଁଲ ବୋଲି ଚକା ଆଖି ଗୀତ ଗାଇବା ସହ ଅନ୍ୟାନ୍ୟ ହିନ୍ଦୀ ଗୀତ ଗାଇଥିଲେ। ଏଥି ସହ ଅନ୍ୟାନ୍ୟ କର୍ଯ୍ୟକ୍ରମ ଆମ ବ୍ୟଞ୍ଜନ ଓ ରାତ୍ରୀକାଳୀନ ବଜାରରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଛି। ସନ୍ଧ୍ୟାରେ ଏକାମ୍ର ରାତ୍ରୀ ଫ୍ଲୀ ମାର୍କେଟରେ ଯୋଗ ଦେଇଥିବା ଶିଳ୍ପୀଙ୍କୁ ପ୍ରମାଣ ପତ୍ର ଦିଆ ଯାଇଥିଲା।

ଆମ ବ୍ୟଞ୍ଜନ

ଶୀତୁଆ ସନ୍ଧ୍ୟାରେ ଆମ ବ୍ୟଞ୍ଜନରେ ଖାଦ୍ୟର ଆସର ଜମିଥିଲା। ଆମ ବ୍ୟଞ୍ଜନରେ ଭଳିକି ଭଳି ଖାଦ୍ୟର ପସରା ଖୋଲିଛି।   ଷ୍ଟଲ୍ ଗୁଡିକରେ ଓଡ଼ିଶାର ପାରମ୍ପାରିକ ଖାଦ୍ୟ ପରସା ଯାଇଛି। ବିଶେଷ କରି ବନଯାତି ଖାଦ୍ୟା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଛି। ସେହିପରି ପିଠା ଷ୍ଟଲ ସହ ପ୍ରଭୁଲାଲଙ୍କ ସରସତିଆ ଏଥର ଖାଇବାକୁ ଭିଡ଼ ଜମିଛି। କାଇ ଚଟଣି, ନାଲି ଚାଉଳ ଖେଚୁଡ଼ି ଓ ପତ୍ର ପୋଡ଼ା ଆଇଟମ ସହ ମିଲେଟ୍ ମିଶନର ଖାଇବା ଖାଇଥିଲେ ଲୋକମାନେ।

ଏକାମ୍ର ରାତ୍ରୀ ଫ୍ଲୀ ମାର୍କେଟ

ଏକାମ୍ର ରାତ୍ରୀ ଫ୍ଲି ମାର୍କେଟ ଏଥର ସ୍ଥାନୀୟ କାରୀଗରଙ୍କୁ ବଡ଼ ସୁଯୋଗ ଦେଇଥିଲା। କଳାକାରଙ୍କ ଦ୍ବାରା ନିର୍ମିତ ହସ୍ତକଳା ଏହି ହାଟରେ  ଉପଲବ୍ଧ ହୋଇଥିଲା।  ଘର ସାଜସଜ୍ଜାର ଉପକରଣ,  ପଟ୍ଟଚିତ୍ର ଚାନ୍ଦୁଆଠାରୁ ଆରମ୍ଭ କରି ମେଟାଲ୍ ଗହଣା ପର୍ଯ୍ୟନ୍ତ ସାମଗ୍ରୀ ଦେଖିବାକୁ ମିଳିଥିଲା । ସେହିପରି କାରିଗରମାନେ କିଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହାକୁ ଦେଖିବାକୁ ଲାଇଭ ଡେମନଷ୍ଟ୍ରେସନ କରାଯାଇଥିଲା।

ଭୁବନେଶ୍ଵର କାହାଣୀ ଉତ୍ସବ

ଫେବୃଆରୀ ୩ରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ସହରର ୪ ଗୋଟି ପାର୍କରେ  ଭୁବନେଶ୍ୱର କାହାଣୀ ଉତ୍ସବ ଅନୁଷ୍ଠିତ ହେଉଥିଲା। ଦିନ ୨.୩୦ ରୁ ସନ୍ଧ୍ୟା ୭ଟା ୩୦ ଇନ୍ଦିରା ଗାନ୍ଧୀ ପାର୍କ,ବୁଦ୍ଧ ଜୟନ୍ତୀ ପାର୍କ,ଏପିଜେ ଅବଦୁଲ କାଲାମ ପାର୍କ ଠାରେ କାହାଣୀ ଶୁଣିଥିଲେ। ଏଥର କାହାଣୀ ଉତ୍ସବ ସବୁ ବର୍ଗଙ୍କୁ ଆକର୍ଷିତ କରିଥିଲା। ପିଲାଠୁ ବୟସ୍କ ସମସ୍ତେ ଆସି ପାର୍କରେ ବସି ଗପ ଶୁଣିଥିଲେ।

ଏକାମ୍ର ୱାକ୍ସ

ରାଜ୍ୟର କଳା, ସଂସ୍କୃତି ଓ ଐତିହ ସହ ପର୍ଯ୍ୟଟକଙ୍କୁ ଯୋଡ଼ିବାକୁ ଜାନୁଆରୀରୁ ଆରମ୍ଭ ହୋଇଛି ଏକାମ୍ର ୱାକ୍ସ। ଯାହା ମାର୍ଚ୍ଚ ଯାଏ ଚାଲିବ। ଭାଷା ସମ୍ମିଳନୀ ସହ ଏକାମ୍ର ଉତ୍ସବ ପାଇଁ ଏହି ୱାକ୍ସ ସହ ଓଡ଼ିଆ ଭାଷା ଗୌରବ ଗାଥା ଟ୍ରେଲ ଯୋଡ଼ା ଯାଇଥିଲା। ଏଥି ସହ ଫୁଡ ଟ୍ରେଲ, ନେଚର୍ ଟ୍ରେଲ୍ ଆଦି ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *