ଟ୍ରାକ୍ଟର ଓଲଟି ଏଗାର ଆହତ, ତିନି ଗୁରୁତର

ଲକ୍ଷ୍ମୀପୁର , ୦୯/୦୨/୨୦୨୪ (ଓଡ଼ିଶା ସମାଚାର/ପ୍ରମୋଦ ଜେନା) -କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ର ବୋରିଗି ଘାଟିରେ ଏକ ଟ୍ରାକ୍ଟର ରାସ୍ତାରେ ଓଲଟି ପଡି ଏଗାର ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣ ଙ୍କ ଅବସ୍ଥା ଗୁରୁତର ହୋଇଛି । ଆହତ ସମସ୍ତଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତ୍ତର ମାନଙ୍କୁ କୋରାପୁଟ ଏସଏଲ୍ଏନକେ କଲେଜକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମାନଙ୍କ ମଧ୍ୟରେ ଦୁଇଜଣ ଶିଶୁ ଅଛନ୍ତି । ବୋରିଗି ପଞ୍ଚାୟତ ର କେଲୁବାଡି ଗ୍ରାମରେ ଏକ ବାହାଘର ଛାମୁଣ୍ଡିଆ ପାଇଁ ଜଙ୍ଗଲରୁ କାଠ ସଂଗ୍ରହ କରି ଫେରିବା ବେଳେ ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଟ୍ରାକ୍ଟର ଟି ରାସ୍ତା ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଟ୍ରାକ୍ଟର ଟ୍ରେଲର ତଳେ ଚାପି ହୋଇ ପଡ଼ିଥିବା ବେଳେ ସେହି ସମୟରେ ଆନ୍ଧ୍ରକୁ ଯାଉଥିବା କିଛି ବ୍ୟକ୍ତି ଏକ ଅଟୋ ଦ୍ବାରା ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଅଟୋରୁ ଆହତ ମାନଙ୍କୁ ମେଡ଼ିକାଲରେ ପହଞ୍ଚାଇଥିଲେ । ଗୁରୁତ୍ତର ମାନଙ୍କ ମଧ୍ୟରୁ ୨ ଜଣ ଶିଶୁ ରହିଥିବାରୁ ମେଡ଼ିକାଲ ପରିସରରେ ଏକ ଦୁଖଃଦ ପରିବେଶ ଦେଖାଦେଇଥିଲା । ଆହତ ସମସ୍ତେ ଗରିବ ଶ୍ରେଣୀର ଆଦିବାସୀ ହୋଇଥିବାରୁ ସେମାନଙ୍କୁ ଉନ୍ନତ ମାନର ଚିକିତ୍ସା ପାଇଁ ଗାଁ ବାସୀ ଅନୁରୋଧ କରିଛନ୍ତି । ଆହତଙ୍କ ମଧ୍ୟରୁ ସେନ୍ତାମାଣ୍ଡିଙ୍ଗି ନାମକ ଜଣେ ମହିଳାଙ୍କ ସମେତ ଝିନ୍ନ ମାଣ୍ଡିଙ୍ଗି ଓ ଅରୁଣ ମେଲେକା ଦୁଇ ଜଣ ଶିଶୁଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତ ମାନେ ହେଲେ ଚାନ୍ଦିନି ମାଣ୍ଡିଙ୍ଗି, ନନ୍ଦିନୀ ମାଣ୍ଡିଙ୍ଗି , ଅନିମା ମେଲେକା , ମିଥୁନ ହାରେକା , ଟୁନା ହୁଇକା, ମୁନା ମେଲେକା, ଭାଶ୍କର ହୁଇକା ଓ ବିମଳା ମାଣ୍ଡିଙ୍ଗି ଅଛନ୍ତି । ସମସ୍ତେ କେଲୁବାଡ଼ି ଗ୍ରାମର ଅଟନ୍ତି ।ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୦ ତାରିଖରେ କେଲୁବାଡ଼ି ଗ୍ରାମରେ ଛାମୁଣ୍ଡିଆ ପାଇଁ ନିକଟସ୍ଥ ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

Leave a Reply

Your email address will not be published. Required fields are marked *