ଚିତ୍ରାତ୍ପଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ – ଓ ନବୀନ ଓଡିଶା ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଉଦଯାପିତ

କେନ୍ଦ୍ରାପଡ଼ା, ୦୮/୦୨/୨୦୨୪ (ଓଡ଼ିଶା ସମାଚାର)- ଓଡିଆ ଭାଷାକୁ ବିଶ୍ୱ ସ୍ତରରେ ଅଧିକ ବ୍ୟାପକ ପରିଚୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପ୍ରଚେଷ୍ଟାରେ ସମଗ୍ର ଓଡିଶା ରାଜ୍ୟରେ ଓଡିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ‘ନୂଆ-ଓ’ ଓଡିଆ ସାହିତ୍ୟ ପ୍ରତିଯୋଗିତା ଆଖୁଆ – ଓଡଙ୍ଗ ଚିତ୍ରୋତ୍ପଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବାର ସୁଯୋଗ ପାଉଛନ୍ତି । ଏହି ପ୍ରତିଯୋଗିତା ମାଧ୍ୟମରେ ସାହିତ୍ୟର ବିଭିନ୍ନ କାର୍ଯ୍ୟକ୍ରମ ଯଥା କବିତା ଲିଖନ, ହସ୍ତାକ୍ଷର ଲିଖନ, କବିତା ଆବୃତି, ପ୍ରବନ୍ଧ, କ୍ଷୁଦ୍ର ଗଳ୍ପ, ତର୍କ, ସାଧାରଣ ଜ୍ଞାନ, ନାଟକ, ଝୋଟି, ଚିତ୍ରାଙ୍କନ, ନୃତ୍ୟ, ଗୀତ ପ୍ରଭୃତି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଭାଗନେଇ ବେଶ କୃତିତ୍ୱର ସହିତ ଉତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଏବଂ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ଯଥାକ୍ରମେ ପ୍ରଫେସର ନନ୍ଦ କିଶୋର ପରିଡା, ମୌସୁମୀ ସାହିତ୍ୟ ପତ୍ରିକାର ସମ୍ପାଦକ ଡକ୍ଟର ଶ୍ରୀଧର ସାମଲ ଯୋଗଦେଇଥିଲେ । ଚିତ୍ରୋତ୍ପଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଏବଂ ନୂଆ- ଓ ଏବଂ ଓଡିଆ ଭାଷା ସାହିତ୍ୟର ନୋଡାଲ ଅଧିକାରୀ ତଥା ସାହିତ୍ୟ ବିଭାଗ ଅଧ୍ୟାପକ ରତ୍ନାକର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଉଦଯାପନୀ୍ସବ ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ଚିତ୍ରୋ୍ପଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *