ପ୍ରଥମ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୦୭/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତ ରାଜୀବ ଗାନ୍ଧୀ ଭବନ ପରିସରରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ପଂଚାୟତର ସରପ କଳ୍ପନା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ କେଶବ ସେଠୀ, ସମ୍ମାନିତ ଅତିଥି ଭାବେ ବ୍ୟଙ୍ଗକବି ଶ୍ରୀଧର କୁମାର ମହାନ୍ତି ଓ କବି ତଥା ରାମଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶାରଦା ପ୍ରସାଦ ରାଉତ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷାର ସ୍ୱର୍ଣ୍ଣିମ ଇତିହାସ କିପରି ଆଧୁନିକ ସଭ୍ୟତାରେ ତାହାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖି ଓଡ଼ିଆ ଭାଷାର ଅସ୍ମିତା ଓ ସ୍ୱାଭିମାନ ବଂଚିରହିବ ସେ ବିଷୟରେ ପଂଚାୟତର ଜନସାଧାରଣଙ୍କୁ ସଚେତନ  କରାଇବା ଉଦେଶ୍ୟରେ ଆଲୋକ ପାତ କରିଥିଲେ  । ଏହି ସଭାରେ ପଂଚାୟତର ସମସ୍ତ ୱ୍ାର୍ଡ ସଭ୍ୟ ଓ ସଭ୍ୟାଙ୍କ ସହିତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ । କବି ରାଜେନ୍ଦ୍ର ମହାପାତ୍ର ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *