କାଶିପୁର ୨ ସମବାୟ ସମିତି କ୍ରୁଷକ ସଦନ ଭିତ୍ତିପ୍ରସ୍ତର ଓ ଭୂମି ପୂଜନ

ଖୋର୍ଦ୍ଧା,୭/୨/୨୦୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଆରଏମସି ଅଧିନ କାଶିପୁର ନଂ ୨ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ କ୍ରୁଷକ ବୈଠକ ସଦନ ଭିତ୍ତିପ୍ରସ୍ତର ସ୍ଥାପନ ଓ କଲ୍ୟାଣ ମଣ୍ଡପ ଭିତ୍ତିପ୍ରସ୍ତର ଭୂମି ପୂଜନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଭୂବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୂଖ୍ୟ ଅତିଥି ଭାବରେ ଯୋଗଦେଲେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ସମ୍ମାନିତ ଅତିଥି  ବିଜେପି ଜିଲ୍ଲା ସଭାପତି ରଶ୍କିରଂଜନ ମହାପାତ୍ର, ବିଜେପି ର ବରିଷ୍ଠ ନେତା କାଳୂଚରଣ ଖଣ୍ଡାୟତରାୟ, ବିଜେପି ନେତା ରାମନାରାୟଣ ଦାଶ,କିଶୋର ବରାଳ ଓ ମଣ୍ଡଳ ସଭାପତି ଆଲୋକ ରଂଜନ ଛୋଟରାୟ ପ୍ରମୁଖ ଯୋଗଦେଇଥିଲେ।ସେବା ସମବାୟ ସମିତିର ସଭାପତି ପ୍ରଦିପ୍ତ କୁମାର ଷଡ଼ଙ୍ଗୀ ମଂଚରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ଶିକ୍ଷାବିତ୍ କମଳ ଲୋଚନ ପ୍ରଧାନ।ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିରାକାରପୁର ଷ୍ଟେସନ ଠାରୁ ଶତାଧିକ ଲୋକ ଏକ ବିରାଟ ଶୋଭାଯାତ୍ରାରେ ରାଉଳହଜ ସ୍ଥିତ ସେବା ସମବାୟ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ନେଇଥିଲେ ସେଠାରେ ଏକ ସଭା ଅନୁଷ୍ଠିତ ହୋଇ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ହୋଇଥିଲା।ଏଥି ନିମନ୍ତେ ଭୂବନେଶ୍ୱର ସାଂସଦ ପାଣ୍ଠିରୁ ୩ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା।ପରେ ସାଂସଦ ପାଣ୍ଠିରୁ ଦଶ ଲକ୍ଷ ଅନୁଦାନ ମିଳିବ ବୋଲି ସାଂସଦ କହିଥିଲେ। କାର୍ଯ୍ୟକ୍ରମ ରେ ସମବାୟ ସମିତିର ସମସ୍ତ ବୋର୍ଡ ସଭ୍ୟଙ୍କୁ ଅତିଥିଗଣ ଉତ୍ତରୀଅ ଦେଇ ସଂବର୍ଦ୍ଧିତ କରିଥିଲେ।ସମିତିର ସମସ୍ତ ସଭ୍ୟା, ଅଂଚଳର ବୁଦ୍ଧିଯିବି,କ୍ରୁଷକ,ଯୁବକ ଶହଶହ ସଂଖାରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *