ମାଁ ବରାଳ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ବାଲିଗୁଡ଼ା,୦୫/୦୨/୨୪(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବହୁ ପୁରାତନ ପ୍ରତ୍ୟକ୍ଷ ଦେବୀ ମାଁ ବରାଳ  ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ସୋମବାର ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ଦୀର୍ଘ ଦିନରୁ ମନ୍ଦିର ନିର୍ମାଣ ହୋଇଛି ସତ କିନ୍ତୁ ଏଯାବତ୍ ମନ୍ଦିର ପ୍ରତିଷ୍ଠା ହୋଇପାରିନଥିଲା । ଏଣୁ ବାଲିଗୁଡ଼ା ସାଂସଦ ପ୍ରତିନିଧି ତଥା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସ ମାଁ ଙ୍କ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରି ମନ୍ଦିର ପୂଜକ ଓ ଅଞ୍ଚଳ ବାସୀଙ୍କ ସହ ଆଲୋଚନା କରି ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ସହ ମନ୍ଦିର ପରିଚାଳନା ନିମନ୍ତେ ସମସ୍ତ ସୁବିଧା ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଟୁନା ଦାସ । ଆସନ୍ତା ୨୫ ତାରିଖରୁ ନୂତନ ବିଗ୍ରହ ଓ ମା ଙ୍କ ମନ୍ଦିର ପ୍ରତିଷ୍ଠା ହେବା ସହ ମନ୍ଦିର ପରିସରରେ ୨୪ ପ୍ରହର ନାମ ଯଜ୍ଞ,ଅନ୍ନ ଯଜ୍ଞ ଓ ଘୃତ ଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ଦୀର୍ଘ ପାଞ୍ଚ ଦିନ ଧରି ଚାଲିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *