ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ଓସାକ୍ସ ର ନୂତନ ପ୍ରକଳ୍ପ ନିର୍ଦ୍ଧେଶକ

ଭୁବନେଶ୍ୱର, ୦୫/୦୨/୨୦୨୪ (ଓଡ଼ିଶା ସମାଚାର)-ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ)ର ପ୍ରକଳ୍ପ ନିର୍ଦ୍ଧେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଏହି ଅବସରରେ ଓସାକ୍ସର ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ନୂତନ ପ୍ରକଳ୍ପ ନିର୍ଦ୍ଧେଶକ ଡାକ୍ତର ସ୍ୱାଇଁଙ୍କୁୁ ସ୍ୱାଗତ କରିଥିଲେ ଓ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା  । ଏଚ.ଆଇ.ଭି./ଏଡସ୍  ଦୂରୀକରଣ କରିବା  ଦିଗରେ ଓସାକ୍ସର କାର୍ଯ୍ୟକ୍ରମକୁ ଆହୁରୀ ତ୍ୱରାନ୍ୱିତ କରିବା ପାଇଁ ପ୍ରକଳ୍ପ ନିର୍ଦ୍ଧେଶକ  ପରାମର୍ଶ ଦେଇଥିଲେ । ରାଜ୍ୟକୁ ୨୦୩୦ ସୁଦ୍ଧା ଏଡସ୍ର ମୂଳୋତ୍ପାଟନ ପାଇଁ ମିଳିତ ଜାତିସଂଘର ଲକ୍ଷ୍ୟ ହାସଲରେ ସକାରାତ୍ମକ ଚିନ୍ତାଧାରା ସହ  ସମସ୍ତଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।

ପୂର୍ବରୁ ଡାକ୍ତର ସ୍ୱାଇଁ ରାଉରକେଲା ସରକାରୀ ହସ୍ପିଟାଲର ନିର୍ଦ୍ଧେଶକ ଏବଂ ଆମ ହସ୍ପିଟାଲ ପରିଚାଳନା ସୁଚାରୁ ରୂପେ ସମ୍ପାଦନ କରିଥିଲେ  ।  ପ୍ରକାଶ ଥାଉକି, ଏହା ପୂର୍ବରୁ ଡାକ୍ତର ଉର୍ମିଳା ମିଶ୍ର ଓସାକ୍ସର ପ୍ରକଳ୍ପ ନିଦ୍ଧେର୍ଶକ ଥିଲେ ଏବଂ ଜାନୁଆରୀ ୩୧ତାରିଖରେ ସେ ଅବସର ନେଇଥିଲେ ।

Leave a Reply

Your email address will not be published. Required fields are marked *