କାଶୀପୁର ଫୁଟବଲ : ଟାଙ୍ଗୀ ରଘୁନାଥ ଫୁଟବଲ କ୍ଲବ ଚାମ୍ପିଅନ

ନିରାକାରପୁର, ୦୪/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଡିଆ ପଂଚାୟତ କାଶୀପୁର ଠାରେ ମା ଭୈରବୀ ଯୁବ ସଂସଦ ଆନୁକୂଲ୍ୟରେ ୪୧ ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ର ଫାଇନାଲ ମ୍ୟାଚ ଟାଙ୍ଗୀ ରଘୁନାଥ ଫୁଟବଲ କ୍ଲବ ଓ ଖଣ୍ଡପଡ଼ା ଟିମ୍ ଧ୍ୟରେ ହୋଇଥିଲା। ଟାଙ୍ଗୀ ରଘୁନାଥ ଫୁଟବଲ କ୍ଳବ ୨-୦ ଗୋଲରେ ବିଜୟ ହୋଇ ଫାଇନାଲ ମ୍ୟାଚରେ ଚାମ୍ପିଆନ ଆଖ୍ୟା ଅର୍ଜନ କରିଛି। ଖେଳ ପରିଚାଳନା କରିଥିଲେ ଅଭିନାଶ ପଟ୍ଟନାୟକ, ପ୍ରମୋଦ କୁମାର ଦାସ,ସୁକାନ୍ତ ପ୍ରଧାନ ଓ ହ୍ରୁଦାନନ୍ଦ ମହତରାୟ ।ଭୈରବୀ ଯୁବ ସଂସଦ ର ସଭାପତି ପ୍ରଦୀପ୍ତ କୁମାର ଷଢଙ୍ଗୀ ଅତିଥି ପରିଚୟ ପ୍ରଦାନ କରିବା ସହ ପୁରସ୍କାର ବିତରଣ ଉତ୍ସବରେ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ମହିଳା ବିଜେଡି ବରିଷ୍ଠ ଉପସଭାନତ୍ରୀ ବାସନ୍ତୀ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନ ସିଂହ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ନାଥ ଶର୍ମା, ସରପଂଚ ବିନୋଦିନୀ ଦାଶ, ସରପଂଚ ପ୍ରଶାନ୍ତ କୁମାର ବେହେରା, ରାଜ୍ୟସ୍ତରୀୟ ଖେଳାଳି ଦିଲ୍ଲୀପ କୁମାର ପଟ୍ଟନାୟକ, ମାନସ ରଞ୍ଜନ ମହାପାତ୍ର, ପ୍ରଧାନ ଶିକ୍ଷକ ଅଜୟ କୁମାର ପ୍ରଧାନ ଓ ସମାଜସେବୀ ପବିତ୍ର ପାଇକରାୟ ପ୍ରମୁଖ ଉପସ୍ଥିତ ରହି ବିଜେତା ଏବଂ ରନର୍ଷ ଅପ୍ ଦଳକୁ ପ୍ରଦାନ କରିଥିଲେ।ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଧନ୍ୟବାଦ ଦେଇଥିଲେ ସଂପାଦକ ନ୍ରୁସିଂହ ଦଳେଇ । କୋଷାଧ୍ୟକ୍ଷ ସୋମନାଥ ବିଶ୍ବାଳ , ସମାଜସେବୀ ପ୍ରଦୀପ୍ତ ପଟ୍ଟନାୟକ, ସମାଜସେବୀ ସନ୍ତୋଷ କୁମାର ଦଲେଇ , ଦୁଃଖି ଶ୍ୟାମ ବାରିକ, ନବ କିଶୋର ବରାଳ ଓ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ। ଦିବଂଗତ ଆତ୍ମା ସିପିଆଇଏମ ନେତା ଚରଣ ଦଳେଇ ଓ ପୂର୍ବତନ ଖେଳାଳୀ ମଳୟ ରଂଜନ ମହାପାତ୍ରଙ୍କ ଫଟୋଚିତ୍ର ରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *