କାଶୀପୁର ଫୁଟବଲ : ପ୍ରଦର୍ଶନୀ ମ୍ୟାଚରେ ୫-୦ ରେ ଜିତିଲା ଭୁବନେଶ୍ୱର ମହିଳା ଦଳ

ନିରାକାରପୁର, ୦୩/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଡିଆ ପଂଚାୟତ କାଶୀପୁର ଠାରେ ମା ଭୈରବୀ ଯୁବ ସଂସଦ ଆନୁକୂଲ୍ୟରେ ୪୧ ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜିର ଦିବସରେ ପ୍ରଦର୍ଶନୀ ମ୍ୟାଚ ଭୁବନେଶ୍ୱର ଓ ଜଟଣୀ ମହିଳା ଦକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ଭୁବନେଶ୍ୱର ମହିଳା ଦକ ୫-୦ ଗୋଲ କରି ଜଟଣୀ ମହିଳା ଦଳକୁ ହରାଇ ବିଜୟୀ ହୋଇଛି। ସେହିପରି ଅନୁଷ୍ଠିତ ଭେଟରାନ ଟିମ୍ ଓ ୟଙ୍ଗ ଟିମ୍ ମଧ୍ୟରେ ଅନୁଷ୍ଠିତ ଖେଳରେ ୟଙ୍ଗ ଟିମ୍ ୨-୧ ଗୋଲରେ ଭେଟରାନ ଟିମ୍ କୁ ପରାସ୍ତ କରିଥିଲା। ଆଜି ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ସମ୍ମାନୀତ ଅତିଥି ଭାବେ ରଣପୁର ବ୍ଲକ ବିଜେଡି ସମ୍ପାଦକ କ୍ରୀଷ୍ଣା ଦାସ, ପ୍ରଦୀପ କୁମାର ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, ଜଗବନ୍ଧୁ ବେହେରା , ଅପର୍ତି ଜେନା ଓ ହେମନ୍ତ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।କ୍ଳବ୍ ସଭାପତି ପ୍ରଦୀପ୍ତ କୁମାର ଷଢଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ। ଖେଳ ପରିଚାଳନା କରିଥିଲେ ପ୍ରମୋଦ କୁମାର ଦାସ,ସୁକାନ୍ତ ପ୍ରଧାନ ଓ ହ୍ରୁଦାନନ୍ଦ ମହତରାୟ । ଧନ୍ୟବାଦ ଦେଇଥିଲେ ସଂପାଦକ ନ୍ରୁସିଂହ ଦଳେଇ । କୋଷାଧ୍ୟକ୍ଷ ସୋମନାଥ ବିଶ୍ବାଳ , ସମାଜସେବୀ ସନ୍ତୋଷ କୁମାର ଦଲେଇ ଓ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ। ଦିବଂଗତ ଆତ୍ମା ସିପିଆଇଏମ ନେତା ଚରଣ ଦଳେଇ ଓ ପୂର୍ବତନ ଖେଳାଳୀ ମଳୟ ରଂଜନ ମହାପାତ୍ରଙ୍କ ଫଟୋଚିତ୍ର ରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆସନ୍ତାକାଲି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *