ଓଡ଼ିଶା ସମାଚାର

ଦେଉଳଝରୀ ବିକାଶ ପାଇଁ ୫୫.୬୨ ଲକ୍ଷ

ଦେଉଳଝରୀ ବିକାଶ ପାଇଁ ୫୫.୬୨ ଲକ୍ଷ

June 13
17:29 2017

ଅନୁଗୋଳ, ୧୩/୦୬/୨୦୧୭(ଓଡ଼ିଶା ସମାଚାର)- ଅନୁଗୋଳ ଜିଲାର ପ୍ରସିଦ୍ଧ ଶୈବପୀଠ ଆଠମଲ୍ଲିକ ଦେଉଳଝରିର ବିକାଶ ପାଇଁ ଓଟିଡ଼ିସି ତରଫରୁ ୫୫ ଲକ୍ଷ ୬୬ ହଜାର ଟଙ୍କାର ଅନୁଦାନ ପ୍ରାପ୍ତ ହୋଇଛି । ଏହି ଅର୍ଥରେ ଦେଉଳଝରି ପୀଠରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ଜିଲା ପର୍ଯ୍ୟଟନ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଭିତିିଭୂମି ବିକାଶ ପାଇଁ ପୂର୍ବରୁ ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ପାଣି ଅଭାବରୁ ଏଠାରେ କୌଣସି ପର୍ଯ୍ୟଟକ ରାତ୍ରିଯାପନ କରିବାକୁ ମଙ୍ଗୁନାହାନ୍ତି । ଘଂଚ କିଆବଣ, କିଆବଣ ମଧ୍ୟରେ ବାବା ସିଦ୍ଧେଶ୍ୱର ମନ୍ଦିର ସାଙ୍ଗକୁ ସଂଖ୍ୟାଧିକ ପ୍ରାକୃତିକ ଉଷ୍ମ ପ୍ରସ୍ରବଣ ଆଠମଲ୍ଲିକ ନିକଟସ୍ଥ ଦେଉଳଝରିକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛି । ହେଲେ ଜିଲା ପର୍ଯ୍ୟଟନ ବିଭାଗର ସ୍ଥାଣୁତା ଏବଂ ପ୍ରଶାସନିକ ଅନାଗ୍ରହ କାରଣରୁ ଏହି ପ୍ରସିଦ୍ଧ ଶୈବପୀଠର କୌଣସି ଆଖିଦୃଶିଆ ଉନ୍ନତି ଘଟିନାହିଁ । ପୂର୍ବରୁ ପର୍ଯ୍ୟାୟକ୍ରମେ ଦେଉଳଝରି ପୀଠରେ କୋଟିଏ ଟଙ୍କା ବିନିଯୋଗ ହୋଇଥିଲେ ମଧ୍ୟ ତଦାରଖ ଅଭାବରୁ ପ୍ରକଳ୍ପସବୁ ଏବେ ଟଙ୍କାକର ବି କାମରେ ଆସୁନି । ପର୍ଯ୍ୟଟନ ବିଭାଗ ଓ ଆରଡ଼ବ୍ଲୁଏସ୍ଏସ୍ ମଧ୍ୟରେ ସମନ୍ୱୟ  ଅଭାବରୁ ଦେଉଳଝରିରେ ପାନୀୟ ଜଳ ବ୍ୟବସ୍ଥା ହୋଇପାରିନାହିଁ । ପାଣି ସୁବିଧା ନଥିବାରୁ ପର୍ଯ୍ୟଟକ ରହିବାକୁ ମଙ୍ଗୁନାହାନ୍ତି । ଫଳରେ ନୂତନ ପର୍ଯ୍ୟଟନ କେନ୍ଦ୍ର ଭୂତକୋଠି ପାଲଟିବାକୁ ବସିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

four + 4 =