ଶହୀଦ ଦିବସ ୨୦୨୪ : ନୀରବ ପ୍ରାର୍ଥନା ସଭା ଅନୁଷ୍ଠିତ ।

ଯାଜପୁର, ୩୦/୦୧/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ତଥା ଶହୀଦ ଦିବସ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯେଉଁ ମହା ମନିଷୀମାନେ ନିଜ ଜୀବନକୁ ତିଳ ତିଳ ଜାଳି ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ସଂଗ୍ରାମ କରି ଶହୀଦ ହୋଇଯାଇଛନ୍ତି, ସେହିପରି ଯାଜପୁର ଜିଲାର ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନୀଳମଣି ସାମଲ, ବୀର ଜବାନ ମାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଂଜଳୀ ଜ୍ଞାପନ କରାଯାଇଥିଲା ।
ଏହି ସଭାରେ ଜିଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ କୁଳମଣି ନାୟକ, ଡେପୁଟୀ କଲେକ୍ଟର, ସଂସ୍ଥା ଶ୍ରୀମତୀ ସୋନମ ଦାସ, ଜିଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ଜ୍ଞାନ ରଂଜନ ସେଠୀଙ୍କ ସମେତ ଜିଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା କାର୍ଯ୍ୟ ସଂଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *