ପୂର୍ବତନ ସଭାପତିଙ୍କ ପାଇଁ କିଶନନଗର ପଞ୍ଚାୟତରେ ଵିଜେଡି ସଂଗଠନ ଦୁର୍ବଳ ହେଉଥିବା ନେଇ ଚର୍ଚ୍ଚା

କଟକ ସଦର,୨୯/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରମୁଖ କିଶନନଗର ପଞ୍ଚାୟତରେ ଵିଜେଡି ସଂଗଠନ ଜନୈକ ପୂର୍ବତନ ସଭାପତିଙ୍କ ପାଇଁ ଦୁର୍ବଳ ହେଉଥିବା ଅଭିଯୋଗ ହେଉଛି। ତାଙ୍କ ସମୟରେ ଉକ୍ତ ପଞ୍ଚାୟତରେ ଲଗାତାର ତିନିଥର ଵିଜେଡି ସମର୍ଥିତ ସରପଞ୍ଚ ଜିତିବାରେ ସମର୍ଥ ହୋଇନଥିବା ଵେଳେ ସେମାନଙ୍କର ହାରିବା ପଛରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିବା ଚର୍ଚ୍ଚା ଲାଗି ରହିଛି। ଏହି ସଵୁ କାରଣ ଓ ଦଳବିରୋଧୀ ମନ୍ତବ୍ୟ ଓ କାର୍ଯ୍ୟ ପାଇଁ ତାଙ୍କୁ କାହିଁକି ନିଲମ୍ବନ କରାନଯିଵ ସେଥିପାଇଁ ଦଳ ପକ୍ଷରୁ କୈଫିୟତ ତଲବ କରାଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ନିଲମ୍ବନ କରାନଯାଇ ତାଙ୍କୁ ପଞ୍ଚାୟତ ସଭାପତି ପଦରୁ ହଟାଇ ଦିଆଯାଇଥିଲା। ସେବେ ଠାରୁ ଦଳକୁ ଦୁର୍ବଳ କରିଵାକୁ ସେ ଗୃହଭେଦି ବିଭୀଷଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିଯୋଗ ହେଉଛି। ଵେଳ ଥାଉଁ ଥାଉଁ ଦଳ ଯଦି ଏଥିପ୍ରତି ଗୁରୁତ୍ୱ ନଦିଏ ତେବେ ଏହାର ପ୍ରଭାବ ଆଗାମୀ ସାଧାରଣ ନିର୍ବାଚନରେ ପଡିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ଵୋଲି ତଥ୍ୟାଭିଜ୍ଞ ମହଲରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *