କିଟ୍ ଓ କିସ୍ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଦେଶ୍ୟରେ ସଚେତନତା ଗଣଦୌଡ଼

ବାଲିଗୁଡ଼ା,୨୮/୦୧/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କିଟ୍ ଓ କିସ୍ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଦେଶ୍ୟରେ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ସ୍ଥାନୀୟ ପିଡବ୍ଲ୍ୟୁଡି ଛକରେ ସାଂସଦ ପ୍ରତିନିଧି ଟୁନା ଦାସ ସବୁଜ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥଲେ । ଏହା ପିଡବ୍ଲ୍ୟୁଡି ଛକ ଠାରୁ ଆରମ୍ଭ ହୋଇ ଦଣ୍ଡପଦର ଠାରେ ସମାପ୍ତ ହୋଇଥିଲା । ଏଥିରେ ସାଂସଦ ପ୍ରତିନିଧି ଟୁନା ଦାସ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଅଜୟ ମହାରଣା, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକଙ୍କ ସମେତ ଚାରିଶହରୁ ଉର୍ଦ୍ଧ୍ଵ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଅଂଶଗ୍ରହଣ କରିଥିବା ସମସ୍ତ ଯୁବକ ଯୁବତୀଙ୍କୁ ମାନପତ୍ର ପ୍ରଦାନ କରିବା ସହ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ସାଂସଦ ପ୍ରତିନିଧି ଟୁନା ଦାସ । ଏହି ଗଣଦୌଡ଼ ମାଧ୍ୟମରେ ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଦେଶ୍ୟରେ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ବେସ୍ ଆତ୍ମସନ୍ତୋଷ ଲାଭ କରିଥିବା ବିଷୟ  ଯୁବକ ଯୁବତୀ ମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *