କଟକ ସଦର ଵିଜେପିର ବଡ଼ ଧରଣର ମିଶ୍ରଣ ପର୍ବ,ଯୋଗ ଦେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ ସଦର ,୨୮/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵିଜେପି ପକ୍ଷରୁ ବରିଷ୍ଠ ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଯଶପଡା ଠାରେ ଆଜି ରବିବାର ଦିନ ଏକ ବଡ଼ ଧରଣର ମିଶ୍ରଣ ପର୍ବରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇ ଏକ ଶହରୁ ଉର୍ଦ୍ଧ ସରପଞ୍ଚ, ପୂର୍ବତନ ସରପଂଚ,ୱ।ର୍ଡସଭ୍ୟ/ ସଭ୍ୟା, ପୂର୍ବତନ ଓ୍ୱ। ର୍ଡସଭ୍ୟ/ ସଭ୍ୟା ଏଵଂ ଅନ୍ୟ ଦଳର ଛାମୁଆଁ କର୍ମୀଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳରେ ସାମିଲ କରିଥିଲେ। ଏହି ଉପଲକ୍ଷେ ଜିଲ୍ଲା ଵିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବ ଓ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ଆଲୋକପାତ କରିଵା ସହିତ ମୁଁ ୨୦ ବର୍ଷ ତଳେ‌ କଟକର ଜିଲ୍ଲାପାଳ ଥିବା ସମୟରେ ଲୋକଙ୍କ ସେଵା କରିବାର ସୁଯୋଗ ପାଇଥିଵା ଏଵଂ ଏଵେ ସେଵା କରିଵାକୁ ବାହାରି ଥିବାରୁ ସନ୍ତୋଷ କରୁଛି ଵୋଲି କହିଥିଲେ। ତାଙ୍କର ଏହି ମନ୍ତବ୍ୟ ଆଗାମୀ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେଵା ସୂଚାଉଥିଵା ଜଣାପଡିଛି। ଅନ୍ୟ ପକ୍ଷରେ କଟକ-ପାରାଦୀପ ରେଳ ରାସ୍ତାର କନ୍ଦରପୁର ଠାରେ ଏକ ଫ୍ଲାଇ ଓଭରଵ୍ରିଜ୍ ପାଇଁ ଯୁବ ନେତା ପ୍ରକାଶ ସେଠୀଙ୍କ ଦାଵି ଆଜି ପୂରଣ ହେବାକୁ ଯାଉଥିବାରୁ ସିଏ ଜନସାଧାରଣଙ୍କ ପକ୍ଷରୁ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ପ୍ରବକ୍ତା ଦିଲ୍ଲିପ ମଲ୍ଲିକ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।ମଞ୍ଚ ପରିଚାଳନାରେ ଅଶୋକ ସାହୁ, ଅଭିମନ୍ୟୁ ସାହୁ ସହାୟତା କରିଥିଲେ। ଏହି ମିଶ୍ରଣ ସମାବେଶରେ ପ୍ରଵଳ ଜନସମାଗମ ହୋଇଥିଲା। ମନ୍ତ୍ରୀ ଯିବା ବାଟରେ ଗତିରାଉତପାଟଣା ଠାରେ ଥିବା ଡ଼ଃ ହରେକୃଷ୍ଣ ମହତାବ ପାଠାଗାର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ।

Leave a Reply

Your email address will not be published. Required fields are marked *