କାଶୀପୁର ଫୁଟବଲ : ଖଣ୍ଡପଡା ୧-୦ରେ ଅରଗୁଳକୁ ହରାଇ ସେମିରେ

ନିରାକାରପୁର,୨୭/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଡିଆ ପଂଚାୟତ କାଶୀପୁର ଠାରେ ମା ଭୈରବୀ ଯୁବ ସଂସଦ ଆନୁକୂଲ୍ୟରେ ୪୧ ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚ ଖଣ୍ଡପଡା ଓ ଅରଗୁଳ ମଧ୍ୟରେ ଖେଳ ହୋଇଥିଲା। ଏହି ମ୍ୟାଚ ରେ ଖଣ୍ଡପଡା ୧-୦ ଗୋଲରେ ଅରଗୁଳକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଆଜିର ଖେଳକୁ ପ୍ରମୋଦ କୁମାର ଦାସ,ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ସାହୁ,ହ୍ରୁଦାନନ୍ଦ ମହତାବ ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ , ସରପଂଚ ସର୍ବେଶ୍ଵର ସେଠୀ ଓ ୱାର୍ଡ ମେମ୍ବର ମାନେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତାକାଲି ମ୍ୟାଚ୍ ରଘୁନାଥ କ୍ଳବ୍ , ଟାଙ୍ଗୀ ଓ ଖୋର୍ଦ୍ଧା ଫୁଟବଲ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *