ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ

ବାଲିଗୁଡା,୨୭/୦୧/୨୪:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା । ଏଥିରେ ଡ଼ଃ. ଅମିତ କୁମାର ବେହେରା, ଡ଼ଃ. ପ୍ରତ୍ୟୁଷ କୁମାର ସେନାପତି, ଡ଼ଃ. ବାସନ୍ତୀ ମଞ୍ଜରୀ ପାତ୍ର,ବିପିଏମ ଡ଼ଃ. ମହେନ୍ଦ୍ର ପ୍ରଧାନ ,ଶ୍ରୀମତୀ ଅନିତା ନାୟକ, ଅମୀର ସାହାଣୀ ଙ୍କ ସମେତ ବନବାସୀ ସେବା ସମିତିର କର୍ମକର୍ତ୍ତା, ସ୍ୱାସ୍ଥ୍ୟକେନ୍ଦ୍ର ର କର୍ମଚାରୀ ଓ ଏସଏଚଜି ଗ୍ରୁପର ମହିଳା ମାନଙ୍କ ଉପସ୍ଥିତରେ ‘ ସୁସ୍ଥ ପରିବେଶ ସଭିଙ୍କର ଦାୟିତ୍ବ’, ‘ ସୁସ୍ଥ ପରିବେଶ ସୁସ୍ଥ ସମାଜ ଗଠନ କରିବା’ ଭଳି ବିଭିନ୍ନ ସ୍ଲୋଗାନ ମାନ ଦେଇ ଏକ ଶୋଭାଯାତ୍ରା ସମଗ୍ର ସହର ପରିକ୍ରମା କରିବା ସହ ସଫେଇ କାର୍ଯକ୍ରମ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଏହିଭଳି ଜନହିତକର କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା ମିଳିଥିଲା ।

Leave a Reply

Your email address will not be published. Required fields are marked *