‘ଶବ୍ଦ ସୁରଭି’ର ଭଞ୍ଜ ବିଶେଷାଙ୍କ ଉନ୍ମୋଚନ ଓ ଆଲୋଚନାଚକ୍ର

ରାଉରକେଲା, ୨୭/୦୧/୨୦୨୪ (ଓଡ଼ିଶା ସମାଚାର)- ସାହିତ୍ୟାନୁଷ୍ଠାନ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ ଓ ରାଉରକେଲା କଲେଜ, ରାଉରକେଲା ଓଡ଼ିଆ ବିଭାଗର ମିଳିତ ଆନୁକୂଲ୍ୟରେ ସାହିତ୍ୟ ପତ୍ରିକା ‘ଶବ୍ଦ ସୁରଭି’ର ଭଞ୍ଜ ବିଶେଷାଙ୍କ ଉନ୍ମୋଚନ ଓ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ତଥା ବିଶିଷ୍ଟ ଆଲୋଚକ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ କୁଞ୍ଜବିହାରୀ ରାଉତଙ୍କ ଆବାହକତ୍ଵ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ଉଦଘାଟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ମୁଖ୍ୟ ଅତିଥି, ଆରଏସପିର ଉପ ମହାପ୍ରବନ୍ଧକ ଅଜୟ ପୁଜାରୀ ସମ୍ମାନିତ ଅତିଥି, ଓଡ଼ିଆ ବିଭାଗର ମୁଖ୍ୟା ଅଧ୍ୟାପିକା ରଶ୍ମିପ୍ରଭା ମଥାନ ସମ୍ମାନିତ ବକ୍ତା ଓ ସ୍ବତନ୍ତ୍ର ଅତିଥି ଭାବେ କଲେଜର ପ‌୍ରଶାସନିକ ଅଧିକାରୀ ଡ଼ଃ ରବୀନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ। ସମସ୍ତ ଅତିଥି ‘ଶବ୍ଦ ସୁରଭି’ର ଭଞ୍ଜ ବିଶେଷାଙ୍କକୁ ଉନ୍ମୋଚନ କରିବା ସହ ଭଞ୍ଜ ସାହିତ୍ୟ ଉପରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ତରାଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଭଞ୍ଜ ସାହିତ୍ୟର ପୃଷ୍ଠଭୂମି ଓ ଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ। ସଭାପତି ତଥା ମୁଖ୍ୟବକ୍ତା ଭାବେ ଶ୍ରୀ ପତି ଭଞ୍ଜ କାବ୍ୟ ‘ଲାବଣ୍ୟବତୀ’, ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ‘ବୈଦେହୀଶ ବିଳାସ’, ‘ପ୍ରେମ ସୁଧାନିଧି’ ଆଦି ଶୃଙ୍ଗାର ରସରେ ଯେତିକି ରସସିକ୍ତ ସେତିକି ନୈଷଧୀୟ ଶୈଳୀରେ ଶ୍ରୀ ମଣ୍ତିତ। ଭଞ୍ଜ ଥିଲେ ସ୍ବକୀୟା ପ୍ରୀତିର ଐକାନ୍ତିକ ସ୍ତାବକ। ଏହାସହ ଭଞ୍ଜ କାବ୍ୟ ସହିତ ସଂସ୍କୃତ ଗୁରୁ ତ୍ରୟୀ, ଲଘୁ ତ୍ରୟୀ କାବ୍ୟର ବହୁ ତୁଳନାତ୍ମକ ରୂପକୁ ଉପସ୍ଥାପିତ କରିଥିଲେ। ସମ୍ମାନିତ ବକ୍ତା ଶ୍ରୀମତୀ ମଥାନ ‘ଭଞ୍ଜ ସାହିତ୍ୟରେ ନାରୀ ଚରିତ୍ରର ଭୂମିକା’ ଉପରେ ତଥା ଅନ୍ୟତମ ଅତିଥି ଡ଼ଃ ଜେନା ଓ ସମ୍ମାନିତ ଅତିଥି ଶ୍ରୀ ପୁଜାରୀ ଭଞ୍ଜ ସାହିତ୍ୟ ଆଲୋଚନାର ସାଂପ୍ରତିକ ପ୍ରାସଙ୍ଗିକତାକୁ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଆ ବିଭାଗ ଛାତ୍ର ସୈାମ୍ୟରଞ୍ଜନ ମହାନ୍ତି ଓ ଅପର୍ଣ୍ଣା ପାହାରୀ ଭଞ୍ଜଙ୍କ ଉପରେ ପ୍ରବନ୍ଧ ପାଠ କରି ବହୁ ପ୍ରଶଂସିତ ହୋଇଥିଲେ। କାର୍ଯ୍ୟକ୍ରମରେ ସମାଜରେ ବିଶେଷ ଅବଦାନ ଥିବା ସମାଜସେବୀ ପ୍ରଦୀପ କୁମାର ଦାସ ଓ ମନୋଜ କୁମାର ନାୟକଙ୍କୁ ସେବାନିଧି ସମ୍ମାନ, ଅଧ୍ୟାପିକା ସସ୍ମିତା ଜେନାଙ୍କୁ ସାରସ୍ଵତ ପ୍ରତିଭା ସମ୍ମାନ, ଭୂମିକା ନାୟକଙ୍କୁ ନବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ଆବାହକ ଶ୍ରୀ ରାଉତ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସଂଯୋଜକ ଶ୍ରୀ ପାଟ୍ଟଶାଣୀ କବିତା ପାଠ କରି ଅତିଥିଙ୍କୁ ବିମୋହିତ କରିଥିଲେ। ଶେଷରେ ଅଧ୍ୟାପକ ବନବିହାରୀ କିଷାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସସ୍ମିତା ପ୍ରଧାନ, ଜ୍ୟୋସ୍ନାରାଣୀ ରାଉତ, କାଶୀନାଥ ନନ୍ଦୀ, ସୁଶାନ୍ତ ନାୟକ, ଡ଼ଃ ସୁମନ ଦତ୍ତ, ବସନ୍ତ କୁମାର ନାୟକ, ଅଶୋକ ଦକ୍ଷିଣରାୟ, ମନୋରମା ନାୟକ, ଅଧ୍ୟାପକ-ଅଧ୍ୟାପିକା ସର୍ବଶ୍ରୀ ରଶ୍ମିରଞ୍ଜନ ରାଉତ, ବନ୍ଦନା ସୋରେଙ୍ଗ, ବୈଜୟନ୍ତୀ ବାରିକ, ସନ୍ତୋଷ ରଜାକ୍, ଶୁଚିସ୍ମିତା ପ୍ରଧାନ, ସସ୍ମିତା ଜେନା, ରଚନା ମିଶ୍ର, ହେମକାନ୍ତି ମେହେର, ପ୍ରତିମା ପାଣିଗ୍ରାହୀ, ନମିତା ଜେନା, ମନୋଜ କୁମାର ଦଳେଇ, ଅନୁପ ଏକ୍କା, ଅଜିତ ବେକ, ଅନିଲ କୁମାର ରାମ, ଜିତେନ୍ଦ୍ର ଡାକୁଆ, ବିକ୍ରମ ସାହୁ ଓ ଛାତ୍ର-ଛାତ୍ରୀ ଐଶ୍ୱର୍ଯ୍ୟା ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ଅନୁଶ୍ରୀ ରାଉତ, ଅଭିଲିପ୍ସା ସ୍ବାଇଁ, ପୁଜାରିଣୀ ମହାପାତ୍ର, ପ୍ରଯୁକ୍ତା ଭବାନୀ ନାୟକ, ରୂପେଶ ଗୋପ, ଶ୍ରେୟା ବାଗ୍, କ୍ରିଷ୍ଣା ଘସି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *