ଶାଳିଜଙ୍ଗା ସାଇ ମନ୍ଦିରର ୭ମ ବାର୍ଷିକ ଉତ୍ସବ ଆରମ୍ଭ

ତାରପୁର, ୨୭/୦୧/୨୦୨୪ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ଅନ୍ତିର୍ଗତ ତାରପୁର ରେଢ଼ୁଆ ନିକଟସ୍ଥ ଶାଳିଜଙ୍ଗା ଠାରେ ପ୍ରତିଷ୍ଠିତ ସାଇ ମନ୍ଦିରର ୭ମ ବାର୍ଷିକୋତ୍ସବ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଆଜି ୨୭ ତାରିଖ ସନ୍ଧ୍ୟାରେ ଅଙ୍କରାରୋପଣ କରାଯାଇ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହେବ । ୨୮ ତାରିଖ ରବିବାର ସକାଳ ୮ ଟା ରେ ତାରପୁର ରାମ ମନ୍ଦିର ନିକଟ ବାନାମ୍ବର ମହାଦେବଙ୍କ ତୁଠ ମହାନଦୀ ରୁ ପବିତ୍ର ଜଳ ସଂଗ୍ରହ କରାଯାଇ ବାବାଙ୍କ ଜଳାଭିଷେକ କରାଯିବ । ୨୯ ତାରିଖ ସୋମବାର ସକାଳ ୮ ଟା ରୁ ମହାପୂଜା ଓ ଯଜ୍ଞ ଆରମ୍ଭ ହେବ । ୩୦ ତାରିଖ ମଙ୍ଗଳବାର ଯଜ୍ଞର ପୂର୍ଣ୍ଣାହୂତି ହେବା ପରେ ବାର୍ଷିକ ଉତ୍ସବ ଉଦଯାପିତ ହେବ ।

Leave a Reply

Your email address will not be published. Required fields are marked *