ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, ୨୬ /୦୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ୭୫ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଚିତ୍ତାକର୍ଷକ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆଇପିଏସ୍‌ ଅଫିସର ଏ.ବି ଶିଳ୍ପା ଆୟୋଜିତ ରଙ୍ଗାରଙ୍ଗ ପରେଡର ନେତୃତ୍ୱ ନେଇଥିଲେ । ଏହି ପରେଡରେ ଆଇଟିବିପି, ସିଆରପିଏଫ୍ ଏବଂ ଓଏସଏପି ଯବାନମାନଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ପ୍ରଜ୍ଞାପନ ମେଢ଼ ଆୟୋଜିତ ହୋଇଛି । ରାଜ୍ୟ ସରକାରଙ୍କ ୧୨ଟି ବିଭାଗ ଏବଂ ଗୋଟିଏ ନିଗମ ପକ୍ଷରୁ ମୋଟ ୧୩ଟି ମେଢ଼ ଓ ବିଭିନ୍ନ ଲୋକନୃତ୍ୟ ଓ କଳା ମଧ୍ୟ ପ୍ରଦର୍ଶିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେତେକ ସରକାରୀ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି।

Leave a Reply

Your email address will not be published. Required fields are marked *