ଜ଼ିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

ଜଗତସିଂହପୁର ୨୪/୦୧/୨୦୨୪ (ଓଡ଼ିଶା ସମାଚାର)- ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର  ସଭାଗୃହଠାରେ ଜାତୀୟ କନ୍ୟା ସନ୍ତାନ ଦିବସ   ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଜାନୁଆରୀ ମାସ 24 ତାରିଖରେ ଉକ୍ତ ଦିବସ  ପାଳିତ ହୋଇଆସୁଅଛି । ଏ ବର୍ଷର ବାର୍ତ୍ତା “କନ୍ୟା ସନ୍ତାନ ଏକ ଅମୁଲ୍ୟ ଦାନ ,ଖୁସିରେ ଗ୍ରହଣ କରି କର ସମ୍ନାନ “ । ଉକ୍ତ ସଭାରେ ଅତିରିକ୍ତ  ଜ଼ିଲ୍ଲା  ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ  ଅଭିଭାଷଣରେ ପ୍ରତିବର୍ଷ 2008 ମସିହାଠାରୁ ଏହି ଦିବସ ପାଳିତ  ହୋଇ ଆସୁଅଛି,  ଏହାର ଉଦ୍ଧେଶ୍ୟ ସମାଜରେ କନ୍ୟା ସନ୍ତାନ ମାନଙ୍କୁ ସେମାନଙ୍କର ସମାନ ଅଧିକାର ଯଥା ଶିକ୍ଷା ,ସ୍ୱାସ୍ଥ୍ୟ ଓ ସାମାଜିକ ସ୍ତରରେ ପୁତ୍ର ସନ୍ତାନଙ୍କ ଭଳି ମିଳିବା ଉଚିତ । ତେଣୁ ସଚେତନତାକୁ ବ୍ୟାପକ କରିବା  ଆମ ସମସ୍ତଙ୍କ ଦାୟିତ୍ୱ । ଲିଙ୍ଗ ନିରୂପଣ କରିବା ଆଇନୀ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ଅଟେ । ଯଦି କୌଣସି ଜାଗାରେ ଏପରି ପରିଲକ୍ଷିତ ହୁଅ ତେବେ ସୂଚନା ଦେବାକୁ ସମସ୍ତଙ୍କୁ ଅବଗତ କରାଇଥିଲେ । ଅତିରିକ୍ତ  ଜ଼ିଲ୍ଲା  ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ  ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ନିଜ ଅଭିଭାଷଣରେ ପୁତ୍ର ଓ କନ୍ୟା ଉଭୟ ସମାନ ସମାଜକୁ ଆଗକୁ ବଢେଇବାକୁ, ତେଣୁ କନ୍ୟା ଭୃଣ ହତ୍ୟାକୁ ରୋକିବା ଓ ପୁଅ ଓ ଝିଅଙ୍କ ସେକ୍ସ ରେସିଓ କୁ ସମାନ କରିବାକୁ ହେଲେ ସଚେତନତା ନିତ୍ୟାନ୍ତ ଆବଶ୍ୟକ । ଆଜି ବି ଲୋକଙ୍କ ମନରୁ ସମ୍ପୂର୍ଣ ଭାବେ ଏ ଧାରଣା ଦୂର ହୋଇନାହିଁ । ତେଣୁ ଆମେ ସମସ୍ତେ ନିଜ ନିଜ ସ୍ତରରେ  ସଚେତନତାକୁ ପ୍ରସାର କରିବା ଉଚିତ, ଯାହାଦ୍ୱାରା ନାରୀର ସଂମାନ କଲେ ସମାଜର ଉନ୍ନତି ହବ ବକ୍ତବ୍ୟ ରଖିଥିଲେ । ଆସିଷ୍ଟାଣ୍ଟ ମ୍ୟାନେଜେର  ସ୍ୱସ୍ତି ମହାନ୍ତି    ପ୍ରସବ ପୂର୍ବରୁ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କଲେ କଣ ସବୁ ଆଇନିଗତ ଦିଗ ଅଛି ଓ ଆମ ଜ଼ିଲ୍ଲାରେ କଣ କାର୍ଯ୍ୟକ୍ରମ ହୋଇଛି ସେ ବିଷୟରେ ଏକ ପ୍ରେଜେଣ୍ଟସନ କରିଥିଲେ । ଜଗତସିଂହପୁର ଜ଼ିଲ୍ଲାର ସେକ୍ସ ରେସିଓ ଅନ୍ୟ ଜ଼ିଲ୍ଲା ତୁଳନାରେ ଭଲ ଅଛି , ତେଣୁ ଆମେ ସମସ୍ତେ ଚେଷ୍ଟା କଲେ ଏହାକୁ ଅହୁରୀ ଭଲ ବଜାୟ ରଖି ପାରିବା । ଅଲଟ୍ରା ସାଉଣ୍ଡ ଦ୍ୱାରା ଲିଙ୍ଗ ନିରୂପଣ ନ କରିବାକୁ ପ୍ରବର୍ତାଇବା ଉଚିତ । ଯିଏ ଏପରି କରୁଥିବାର ଜାଣିବେ ସଂଗେ ସଂଗେ ଟୋଲ ଫ୍ରି ନମ୍ବର ରାଜ୍ୟ 0674-2390656 ଏବଂ ଜ଼ିଲ୍ଲାର ସଖୀ କେନ୍ଦ୍ରର ମହିଳା ସହାୟତା ନମ୍ବର 181/112 ଓ ଶିଶୁ ସହାୟତା ନମ୍ବର 1098 ରେ ଯୋଗାଯୋଗ କରି ଅବଗତ କରାଇପାରିବେ । ଯାହାଦ୍ୱାରା ସେ ଅଇନି ଅନୁଯାୟୀ ଦଣ୍ଡିତ ହେବେ । ତାପରେ  ଅତିରିକ୍ତ  ଜ଼ିଲ୍ଲା  ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ  ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ଓ ଡାକ୍ତର ପ୍ରମୋଦ କୁମାର ବାରିକ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାଲି ଯେଉଁ କନ୍ୟା ସନ୍ତାନ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ପିତାମାତାଙ୍କୁ  ସମ୍ନାନିତ ସହ ପୁରସ୍କୃତ କରାଯାଇଥିଲା ।  ପାର୍ଥ ସାରଥି କରଶାର୍ମା ଡି.ଭି .ଏଲ.ଏମ. ଅଭିଭାଷଣ ରଖିଥିଲେ, ପ୍ରଥମେ ପରିବାର  ତାପରେ  ସମାଜ,ସମସ୍ତେ ଝିଅମାନଙ୍କୁ ସଂମାନ କରିପାରିଲେ ନିଶ୍ଚିନ୍ତ ଝିଅମାନେ ଅ।ହୁରୀ ଅଧିକ ଆଗକୁ ଯାଇପାରିବେ ଆଉ ଗୋଟେ ସୁସ୍ଥ ସମାଜ ଗଠନ ହବ, ତାଙ୍କର ଏକ ମାତ୍ର କନ୍ୟାସନ୍ତାନ ସେ ନିଜ ଅନୁଭୂତି ସମସ୍ତଙ୍କୁ ଜଣାଇଥିଲେ । ଉକ୍ତ ସଭାରେ ଜ଼ିଲ୍ଲାସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସସ୍ମିତା କାନୁନଗୋ, ସୁସ୍ମିତା ରାଉତ, ନବଜାତ ଶିଶୁକନ୍ୟାଙ୍କ ପିତାମାତା, ମହିମା ଓ ନାରାୟଣୀ  ସ୍କୁଲ ଅଫ ନର୍ସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀଙ୍କ  ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *