ଜିଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ

କେନ୍ଦ୍ରାପଡ଼ା, ୨୪/୦୧/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ସରକାର କୃଷି ତଥା କୃଷକମାନଙ୍କ ଉନ୍ନତି ଓ କ୍ରମବର୍ଦ୍ଧିଷ୍ଣୁ ଜନସମୁଦାୟର ଖାଦ୍ୟ ସୁରକ୍ଷା ନିମନ୍ତେ ଜଳ ସୁରକ୍ଷାର ବିକାଶ ଓ ସଫଳ ପରିଚାଳନା ନିମନ୍ତେ ଗୁରୁତ୍ୱଆରୋପ କରୁଛନ୍ତି ବୋଲି ଜିଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଜିଲା ପରିଷଦର ଅଧ୍ୟକ୍ଷା ଗୀତାଞ୍ଜାଳୀ ସେଠୀ ମତବ୍ୟକ୍ତ କରିଥିଲେ । ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଜିଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି ଓ ଜଳ ସମ୍ପଦ ବିଭାଗ କେନ୍ଦ୍ରାପଡ଼ାର ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନୀୟ ଅତିଥିଭାବେ ଅତିରିକ୍ତ ଜିଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲା ମୁଖ୍ୟ କୃଷି ଅଧିକାରୀ ଡ଼ଃ. ମନୋଜ କୁମାର ଚାନ୍ଦ, କେ.ବି.କେର ବରିଷ୍ଠ ବୈଜ୍ଞାନିକ ଡ଼ଃ. ଅରବିନ୍ଦ ଦାସ, ବୈଜ୍ଞାନିକ ତପନ ରଞ୍ଜନ ସାହୁ, ଉଠା ଜଳସେଚନର ସହକାରୀ ଯନ୍ତ୍ରୀ ନିମାଇଁ ଚରଣ ସେଠୀ, ଜିଲା କୃଷି ଅଧିକାରୀ ଦ୍ୱିଜବର ସେଠୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୋମ୍ୟରଂଜନ ସେଠୀ, ସହକାରୀ କୃଷି ଇଞ୍ଜିିନିଅର ନିହାରିକା ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଯୋଗଦେଇଥିଲେ । ପାଣି ପଂଚାୟତରେ ମହିଳାମାନଙ୍କ ଅଂଶ ଗ୍ରହଣ ବୃଦ୍ଧି ପାଇଁ ଚାଷୀମାନଙ୍କ ପରିବାରର ମହିଳା ସଦସ୍ୟାମାନଙ୍କୁ ସାମିଲ କରାଯାଇଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ ଓ ରାଜ୍ୟ ସରକାର ଜଳସେଚନ ଭିତିିଭୂମି ନିର୍ମାଣକୁ ସୁଦୃଢ କରିବା ଯୋଗୁଁ ଅଧିକରୁ ଅଧିକ ଜମିକୁ ଜଳସେଚନ ସୁବିଧା ପାଣି ପଂଚାୟତ ମାଧ୍ୟମରେ ଯୋଗାଇ ଦିଆଯାଉଛି ଓ ନ୍ୟାୟ ସଙ୍ଗତ ଓ ସମାନତା ଭିତିିରେ ବିଭିନ୍ନ ଜଳ ବ୍ୟବହାରକାରୀମାନଙ୍କ ମଧ୍ୟରେ ଜଳ ବଂଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିପାରିଲେ ଜଳ ସଂରକ୍ଷଣ, ଜଳର ପୁନଃ ବ୍ୟବହାର ସହିତ ଫସଲର ବିବିଧକରଣ ଜରିଆରେ ଅଧିକ ପ୍ରକାରର ଫସଲର ଉତ୍ପାଦନ ହୋଇପାରିବ । ଜଳର ସୁବ୍ୟବହାର ପାଇଁ ବୈ÷ଷୟିକ ଜ୍ଞାନକୌଶଳର ପ୍ରୟୋଗ, ସମାନ ଓ ନ୍ୟାୟୋଚିତ ଜଳ ପରିଚାଳନା ହୋଇପାରିଲେ କେନ୍ଦ୍ରାପଡ଼ା ଭଳି କୃଷି ପ୍ରଧାନ ଜିଲାରେ କୃଷକମାନଙ୍କ ଅର୍ଥନୈତିକ ମାନଦଣ୍ଡ ସୁଦୃଢ ହୋଇପାରିବ । ପାଣି ପଂଚାୟତ ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ୧୬ଜଣ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ୨୫୦୦,୨୦୦୦ ଓ ୧୫୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଜିଲାସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମୋନାଲିସା ଦାସ ମଧ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ୩୦ ତାରିଖରେ ଭୁବନେଶ୍ୱରରେ ପୁରସ୍କୃତ ହେବେ । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭା କାର୍ଯ୍ୟକୁ ଶୁଭ ଉଦ୍ଘାଟନ ପରେ ଭାବଗ୍ରାହୀ କଳାନିକେତନର କଳାକାରମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଓ ଭାବଗ୍ରାହୀ କଳାନିକେତନର ସମ୍ପାଦକ ବିମଳ କିଶୋର ପରିଡା ଅତିଥି ପରିଚୟ ପ୍ରଦାନ କରିବାସହ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । କେ.ବି.କେ, ପଶୁ ସମ୍ପଦ, ମସ୍ୟ, କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ସମସ୍ତଙ୍କୁ ସଚେତନ କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ପାଣି ପଂଚାୟତର ସମ୍ପାଦକ, ସଭ୍ୟା/ସଭ୍ୟ, ସ୍କୁଲ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଧରଣୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *