ବନ୍ୟଜନ୍ତୁ ସୁରକ୍ଷା ଓ ବନ ଅଗ୍ନି ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା,୨୪/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଅଧିନସ୍ଥ ଖଜୁରୀପଡ଼ା ଶନିମନ୍ଦିର ଓ ବୋଡଙ୍ଗରାପାଟଣା ଠାରେ ବନ୍ୟଜନ୍ତୁ ସୁରକ୍ଷା ବନ ଅଗ୍ନି ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି। ଖଜୁରୀପଡ଼ମା ଠାରେ ମଙ୍ଗଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି ନିର୍ମଳା ପାତ୍ର ଙ୍କ ପୁରୋହିତ ରେ ବନ ଅଗ୍ନି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବୋଡଙ୍ଗରାପାଟଣା ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ଦ୍ବାରା ବନ ଅଗ୍ନି ସୂରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ଫରେଷ୍ଟର ପ୍ରଶାନ୍ତ କୁମାର ଦାସ ଙ୍କ ଆବାହକତ୍ୱରେ ବନ ଅଗ୍ନି ଓ ବନ୍ୟଜନ୍ତୁ ସୂରକ୍ଷା ସଚେତନତା ଉପରେ  ଵକ୍ତବ୍ୟ ଦେଇଥିଲେ। ଅଞ୍ଚଳରେ ବନ୍ୟ ଜନ୍ତୁ ସୁରକ୍ଷା ସହ ବିଭିନ୍ନ ସମୟରେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ ନକରିବା ଉପରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଇ ଥିଲେ ସ୍ବୟଂ ସହାୟିକା ଗୋଷ୍ଠୀର ସମ୍ପାଦକ ସୋଭାଵତୀ ଦେଇ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ସହଯୋଗ କରିଥିଲେ। ବନ କର୍ମଚାରୀ ରବି ନାରାୟଣ ଲେଙ୍କା, ଅନ୍ୟାନ୍ୟ କର୍ମଚାରୀ ଏବଂ ସମସ୍ତ ସ୍ବୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ରହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ।

Leave a Reply

Your email address will not be published. Required fields are marked *