ଆଇନଜୀବୀ ଦେବଦାସ ମହାନ୍ତିଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା,୨୧/୦୧/୨୦୨୪ (ଓଡ଼ିଶା ସମାଚାର)- ବରିଷ୍ଠ ଆଇନଜୀବୀ ଦେବଦାସ ମହାନ୍ତି(ଟୁନୁ)ଙ୍କ ଏକାଦଶାହ ଅବସରରେ ପୌରାଂଚଳ ଅନ୍ତର୍ଗତ ମାଧପୁର ଅମର ଉଦ୍ୟାନ ପରିସରରେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟିକ କରୁଣାକର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, କଟକ ମେୟର ସୁବାସ ସିଂ, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ବିଜେଡି ନେତା ରବି ସାମଲ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ପୌରାଧ୍ୟକ୍ଷ ଧୀରେନ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୂର୍ଗାଶିଷ ମହାନ୍ତି, ଜିଲାପରିଷଦ ସଦସ୍ୟା ମଧୁଛନ୍ଦା ମହାନ୍ତି, ଲିଲିତା ଦାସ, ଇଂ ଅଜୟ ବେହେରା,ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ସାମ୍ବାଦିକ ପରେଶ ଦାସ, ରବିନାରାୟଣ ପତି, ମୁକ୍ତାର ଖାଁ, ସେକ୍ ଇନାୟତ(ଚନ୍ଦନ) ପ୍ରମୁଖଙ୍କ ସମେତ ବହୁ ସାଥୀ ଆଇନଜୀବୀ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ । ଟୁନୁ ବାବୁ ଜଣେ ଆଇନଜୀବୀ, ରାଜନେତା, ବନ୍ଧୁ ବତ୍ସଳ, ସ୍ନେହୀ ମେଳାପିି ଏବଂ ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ଅତିଥୀମାନେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ପରିବାର ବର୍ଗଙ୍କ ସମେତ ବନ୍ଧୁ, ବାନ୍ଧବ, ଜ୍ଞାନ୍ତି, କୁଟୁମ୍ବ, ପରିଜନ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *