ଜଗତସିଂହପୁର ଜିଲ୍ଲାରେ ଆରବିଆଇ ପକ୍ଷରୁ ଆର୍ଥିକ ସଚେତନତା ଉପରେ ୱାକାଥନ୍

ଜଗତସିଂହପୁର, ୨୧/୦୧/୨୦୨୪ (ଓଡ଼ିଶା ସମାଚାର)- ଜନସାଧାରଣଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୧ ଜାନୁଆରୀ ୨୦୨୪ରେ ଜଗତସିଂହପୁର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ସଚେତନତା ଉପରେ ଏକ ‘ୱାକାଥନ୍’ ଆୟୋଜିତ କରଯାଇଥିଲା। ଏହି ‘ୱାକାଥନ୍’ ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରୁ ଆରମ୍ଭ ହୋଇ ସଂସ୍କୃତି ଭବନ ଠାରେ ଶେଷ ହୋଇଥିଲା ଏବଂ ଏଥିରେ ବିଭିନ୍ନ ଟାର୍ଗେଟ ଗୋଷ୍ଠୀ ଯଥା ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ, କୃଷକ, ବରିଷ୍ଠ ନାଗରିକ ଇତ୍ୟାଦି ରୁ ପ୍ରାୟ୨୫୦ଜଣ ଅଂଶଗ୍ରହଣ କରିଥିଲେ।‘ୱାକାଥନ୍’ ପରେ ଏକ କ୍ଷେତ୍ର ସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯକ୍ରମ (FLFLE) ଅନୁଷ୍ଠିତ କରାଯାଇଥିଲା ,ଯେଉଁଥିରେ ଭାରତୀୟ ରିଜର୍ଭବ୍ୟାଙ୍କ, ଭୁବନେଶ୍ୱର କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ଆର୍ଥିକ ସାକ୍ଷରତା, ସାଇବର ସିକ୍ୟୁରିଟି, ଡିଜିଟାଲ୍ ବ୍ୟାଙ୍କିଙ୍ଗ୍, ବିଭିନ୍ନ ପ୍ରକାରର ଠକେଇ, ଚିରା ଓ ଫଟା ନୋଟ୍ ବିନିମୟ ସୁବିଧା, ବ୍ୟାଙ୍କରେ ଅଭିଯୋଗ ସମାଧାନର ବ୍ୟବସ୍ଥା, ଆରବିଆଇର ଏକୀକୃତ ଲୋକପାଳ ଯୋଜନା ଇତ୍ୟାଦି ଉପରେ ଅଧିବେଶନ ନିଆଯାଇଥିଲା।ଏହି କାର୍ଯକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଉପ ମହାପ୍ରବନ୍ଧକ ଶ୍ରୀମତୀ କେ ହର୍ଷା ବିଜୟ କୁମାର;ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅମରେନ୍ଦ୍ର ପଣ୍ଡା;ସହାୟକ ମହାପ୍ରବନ୍ଧକ, ଏସଏଲବିସି ଓଡିଶା,ଶ୍ରୀ ଲିଙ୍ଗରାଜ ନାୟକ;ଡେପୁଟି ପ୍ରୋଜେକ୍ଟ ଡିରେକଟର ଶ୍ରୀ ଅଭିମନ୍ୟୁ ପଣ୍ଡା; କ୍ଷେତ୍ରୀୟ ପ୍ରବନ୍ଧକ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଶ୍ରୀ ଦେବାଶିଷ ରଥ;କ୍ଷେତ୍ରୀୟ ପ୍ରବନ୍ଧକ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଶ୍ରୀ ଆଶିଷ ନାୟକ; ଅଗ୍ରଣୀ ଜିଲ୍ଲା ଅଧିକାରୀ ଶ୍ରୀସି ବି ସୁବୁଧି; ନାବାର୍ଡର ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ଶ୍ରୀ ବିଶ୍ୱଭୂଷଣ ମହାନ୍ତି  ଓ ଆରବିଆଇ ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *