ଦୁର୍ଘଟଣାରେ ସୁ ପରିଚିତ ଚଳଚିତ୍ର ନିର୍ଦେଶକ  ସୁଧାକର ବସନ୍ତ ଗୁରୁତର ଆହତ

କଟକ, ୨୧/୦୧/୨୦୨୪ (ଓଡିଶା ସମାଚାର /ଅଭୟ ଜେନା) – ମଙ୍ଗୁଳି ଛକ ନିକଟରେ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଓଡ଼ିଶାର ସୁପରିଚିତ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ । ବିଳମ୍ବିତ ରାତିରେ ମଙ୍ଗୁଳି ଛକନିକଟରେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥଲା ସୁଧାକର ବସନ୍ତଙ୍କ କାର୍‌ । ତାଙ୍କ କାର ଚଣ୍ଡୀଖୋଲ ପଟୁ କଟକ ଆଡ଼କୁ ଆସୁଥିବା ସୂଚନା ମିଳିଛି । ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି କାର ର ଡୋର କାଟି ଆହତ ଙ୍କୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣା ରେ ସୁଧାକର ବସନ୍ତଙ୍କ କାର୍‌ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ଗୁରୁତର ଆହତ ସୁଧାକର ବସନ୍ତଙ୍କୁ କଟକ ଏସ ସି ବି ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *