ଓଡିଶା ସିନେ ୱାର୍କର୍ସ ଆସୋସିଏସନ ର ବାର୍ଷିକୋତ୍ସବ

ଭୁବନେଶ୍ୱର,୧୯ /୦୧/୨୦୨୪ (ଓଡ଼ିଶା ସମାଚାର)- ଓଡିଶା ସିନେ ୱାର୍କର୍ସ ଆସୋସିଏସନ ର ବାର୍ଷିକୋତ୍ସବ ତଥା ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ସ୍ଥାନୀୟ ଜୟଦେବ ଭବନ ଠରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ କଳା ଜଗତରେ ସାଧନା, କର୍ତ୍ତବ୍ୟ ପରାୟଣତା , ନିଷ୍ଠା, ନୈତିକତା ଓ ମାନବିକତା କୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନ ଏକ ସମ୍ମାନର ପର୍ବ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ କରିଥାଏ । ଚଳିତ ବର୍ଷ ମଧ୍ୟ ଏହି ପର୍ବ ଧୂମ୍ ଧାମ୍ ରେ ପାଳିତ ହୋଇଯାଇଛି । ସ୍କିଲ ଇଣ୍ଡିଆ ର ମୁଖ୍ୟ ଶ୍ରୀମତୀ ପୂଜା ଆରୋରା, ସିନେ ପ୍ରଯୋଜକ ଶ୍ରୀଯୁକ୍ତ ଯତୀନ ନାୟକ, ଶ୍ରୀମତୀ ଶୁଭ୍ରା ପଟ୍ଟନାୟକ,  କାହାଣୀକାର ଶ୍ରୀଯୁକ୍ତ ଦ୍ୱୟିପାୟନ ପଟ୍ଟନାୟକ, ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା, ଅଭିନେତା ଅମର ମହାପାତ୍ର ଏବଂ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଣୟ ଜେଠୀ ମଞ୍ଚ ଅଳଙ୍କୃତ କରିଥିଲେ । ଅନୁଷ୍ଠାନ ର ସମସ୍ତ ବିବରଣୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା ପାଠ କରିଥିଲେ ।

ସଭାରେ ଦୁଇଟି ଚଳଚ୍ଚିତ୍ର “କେମିତି ଏ ସମ୍ପର୍କ” କଳାକାର ଙ୍କୁ ଏବଂ “ଆକାଶବାଣୀ” ର ପ୍ରଯୋଜକ, ଅଭିନେତା ରୋହନ ଗର୍ଗ, ପୂର୍ଣ୍ଣିମା ବରାଳ (ପୂଜା), କଳା, ସାହିତ୍ୟ, ସମାଜସେବା ଓ ପରିବେଶ କ୍ଷେତ୍ରରେ କାର୍ଯ୍ୟ କରିଥିବା ବ୍ୟକ୍ତି ଜ୍ଞାନେନ୍ଦ୍ର ଧନୀ, ଗୀତାଞ୍ଜଳି ମହାପାତ୍ର, ବିଭୁତି ଭୂଷଣ ଦଳାଇ, ସରିତା ସାହୁ, ଡ଼. ଦିଲ୍ଲୀପ ଶ୍ରୀଚନ୍ଦନ, ବ୍ରଜବନ୍ଧୁ ସୁବୁଦ୍ଧି, ଟିଟନ ସାହୁ, ବସନ୍ତ ଉତ୍ତର କବାଟ, ପବିତ୍ର ସେଣ, ବର୍ଷା ମହାନ୍ତି, ଉଷା ରାଣୀ ପଟ୍ଟନାୟକ, ଧନେଶ୍ୱର ବିଧାର, ପ୍ରଶାନ୍ତ କୁମାର ନାୟକ, କୀର୍ତ୍ତି ବିକାଶ ମଲ୍ଲ, ନାରାୟଣ ଘଡେଇ, ଯଦୁନାଥ ସାମନ୍ତରାୟ, ପ୍ରସନ୍ନ ସ୍ୱାଇଁ,ପ୍ରମୁଖ ୩୦ଜଣଙ୍କୁ ସମ୍ମାନିତ କରାଯାଇଥିଲା ପ୍ରଯୋଜକ ନାରାୟଣ ଘଡେଇ, ମମତା ଦଳାଇ, ଲୋକନାଥ ସାହୁ, ଙ୍କୁ ଉତ୍ତମ ସଦସ୍ୟ ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିବାଗ ର ସୌଜନ୍ୟତାରେ ମା ବୀଣାକେଶ୍ବରୀ ନୃତ୍ୟ ମଞ୍ଜରୀ ଅନୁଷ୍ଠାନ ର କଳାକାର ମାନେ ପୂର୍ଣ୍ଣ ଚନ୍ଦ୍ର ବେହେରା ରଚନା ଓ ସଂଗୀତ ନିର୍ଦେଶନା ରେ ଓଡ଼ିଆ ଢଗ ଢମାଳି ନୃତ୍ୟ ରେ ଦର୍ଶକ ବିଭୋର ହୋଇଥିଲେ,ଇତିଶ୍ରୀ ଦୀକ୍ଷିତ, ତୃପ୍ତି ସାହୁ, ତନୁଶ୍ରୀ ସାମଲ, ମନିକା ମହାପାତ୍ର, ଚମକ ଚାନ୍ଦିନୀ ଦାସ ଙ୍କ ଗୀତରେ ଶ୍ରୋତା ମାନେ ବିମୋହିତ ହୋଇଥିଲେ,ଏହି କାର୍ଯ୍ୟକ୍ରମ ରେ କବିତା ପାଠ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା,କାର୍ଯ୍ୟକ୍ରମ କୁ ଓଁ ପ୍ରକାଶ ମହାଦେବ, ଆରତି ବେହେରା, ନୟାଗଡ ଜିଲ୍ଲା ସଭାପତି ସ୍ନିଗ୍ଧା ପଟ୍ଟନାୟକ, ଦେବଶ୍ରୀ ରାଜଗୁରୁ, ସିନା ମହାନ୍ତି ଓ ସୁଶ୍ରୀତା ରଥ ପ୍ରମୁଖ ସହଯୋଗ କରିଥିଲେ, ଚଳଚ୍ଚିତ୍ର ଜଗତ ର ଅନ୍ୟାନ୍ୟ କଳାକାର ତଥା ଟେକ୍ନିସିଆନ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ତାସହିତ କବିତା ପାଠ, ବନ୍ଧୁ ମିଳନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଵା ସହିତ ସମ୍ବର୍ଦ୍ଧନା ପର୍ବ ହୋଇଥିଲା ଯେଉଁଥିଲେ ସବୁ କଳା କ୍ଷେତ୍ରରେ ସ୍ବନାମ ଅର୍ଜନ କରିଥିବା କଳାକାର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସମସ୍ତ ଟେକ୍ନିସିଆନଙ୍କୁ ସ୍କିଲ ଇଣ୍ଡିଆ ଅନ୍ତର୍ଭୁକ୍ତ କରି ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା କଥା ଦିଲ୍ଲୀ ରୁ ଆସିଥିବା ପୂଜା ଆରୋରା ଘୋଷଣା କରିଥିଲେ । ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଙ୍କ ଅଦମ୍ୟ ଚେଷ୍ଟା ବଳ ରେ ଏହି ଅନୁଷ୍ଠାନ ର ଉତ୍ପତି ହୋଇଛି । ଛୋଟ ଠାରୁ ବଡ଼ ସମସ୍ତ  କଳାକାର ଜଣେ ଜଣେ ନିଜ କଳା ପ୍ରତିଭା ପାଇଁ ସମ୍ମାନ ପାଉ ଏହି ଲକ୍ଷ୍ୟ ନେଇ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି । ଶେଷ ରେ ସମସ୍ତ ଅତିଥି ଅଭ୍ୟାଗତ ଭୋଜନ ସାରି ଫେରିଥିଲେ ।

Leave a Reply

Your email address will not be published. Required fields are marked *